ଲକ୍ ଡାଉନ୍ ପ୍ରଭାବ: ରାଜ୍ୟରେ ଅର୍ଥନୀତି ବିପନ୍ନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲାଗୁ ହୋଇଛି ଲକ୍ଡାଉନ୍ । ଦୋକାନ ବଜାର, ଶିଳ୍ପସଂସ୍ଥା ସମେତ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିଛି । ଏହି କାରଣରୁ ରାଜକୋଷ ମୋଟା କ୍ଷତି ସହୁଛି । ବହୁ ରାଜ୍ୟର ଅର୍ଥନୀତି ବିପନ୍ନ ହେବାରେ ଲାଗିଛି ।
କରୋନା ମହାମାରୀ କାରଣରୁ ଗୁଜରାଟରେ ପର୍ଯ୍ୟାପ୍ତ ପାଙଋିର ଅଭାବ ଦେଖାଦେଇଛି । ଫଳରେ ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ବିଭିନ୍ନ ଆର୍ଥିକ ଅନୁÂାନରୁ ଟଙ୍କା ଋଣ କରାଯାଇଛି । ଚଳିତ ମାସ ପ୍ରାରମ୍ଭରେ ଗୁଜରାଟ ୭.୫% ସୁଧହାରରେ ୨,୧୦୦ କୋଟି ଟଙ୍କା ଋଣ କରିଛି । ରାଜ୍ୟରେ ୫ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ପ୍ରତିମାସରେ ୩,୧୫୦ କୋଟି ଟଙ୍କା ଆବଶ୍ୟକ ହେଉଥିବା ବେଳେ ପେନ୍ସନ୍ଭୋଗୀଙ୍କ ପାଇଁ ଆଉ ୧,୫୦୦ କୋଟି ଟଙ୍କା ଦରକାର । ଏଣୁ ଏଥିପାଇଁ ଆଗାମୀ ଦିନରେ ରାଜ୍ୟ ସରକାର ପୁନଶ୍ଚ ଋଣ କରିବାର ଆଶଙ୍କା ସୃଷ୍ଟି ହୋଇଛି । ଏହାଛଡ଼ା ଗୁଜରାଟରେ ୩୪,୦୮୧ଟି କାରଖାନା ରହିଛି । ବିଭିନ୍ନ କ୍ଷେତ୍ରର ଏହି କାରଖାନାଗୁଡ଼ିକରେ ୧୭ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ଏବେ ଏସବୁ କାରଖାନାରୁ ଅଧିକାଂଶ ଲକ୍ଡାଉନ୍ରେ ରହିଛି । ରାଜ୍ୟ ଶ୍ରମ ଓ କର୍ମଚାରୀ ବିଭାଗ ସୂଚନା ମୁତାବକ, ଏବେ ଗୁଜରାଟରେ ୧.୫ କୋଟିରୁ ଅଧିକ ଅଣସଂଗଠିତ କର୍ମଚାରୀ (କୃଷିକ୍ଷେତ୍ର ସମେତ) ରହିଛନ୍ତି । ସେହିଭଳି ଏଠାରେ ୩୮ ଲକ୍ଷ ସଂଗଠିତ କ୍ଷେତ୍ର କର୍ମଚାରୀ ରହିଛନ୍ତି । ଲକ୍ଡାଉନ୍ ଏ ସମସ୍ତଙ୍କୁ ପ୍ରଭାବିତ କରିଛି । ରାଜ୍ୟ ଅର୍ଥ ଓ ପରିସଂଖ୍ୟାନ ବିଭାଗର ପ୍ରମୁଖ ସୂତ୍ର ଅନୁସାରେ, ଆଗାମୀ ଦିନରେ ଗୁଜରାଟର ମୋଟ ରାଜ୍ୟ ଘରୋଇ ଉପôାଦ (ଜିଏସ୍ଡିପି) ବଡ଼ ଧରଣର ଖସିଯିବ । ରାଜ୍ୟର ମାସିକ ଜିଏସ୍ଡିପି ହାରାହାରି ୧.୨୫ ଲକ୍ଷ କୋଟି ଟଙ୍କା । କିନ୍ତୁ ଲକ୍ଡାଉନ୍ କାରଣରୁ ଖୁବ୍ଶୀଘ୍ର ଏହା ୭୦,୦୦୦ କୋଟିରୁ ୧ ଲକ୍ଷ କୋଟି ଟଙ୍କାକୁ ଖସିଆସିବ ବୋଲି ଅଧିକାରୀ ଜଣକ କହିଛନ୍ତି ।
ସେହିଭଳି କରୋନା ମୁକାବିଲା ଲଢେ଼ଇରେ ଭାରତର ଆଦର୍ଶ ରାଜ୍ୟ ଭାବେ ବିବେଚନା କରାଯାଉଥିବା କେରଳର ଆର୍ଥିକ ସ୍ଥିତି ସର୍ବାଧିକ ପ୍ରଭାବିତ ହୋଇଛି । ୧୯୫୬ରେ ଏହି ଦକ୍ଷିଣ ଭାରତୀୟ ରାଜ୍ୟ ଗଠନ ହେବାପରେ ରାଜ୍ୟ ଏ ବର୍ଷ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ସାମ୍ନା କରିଛି । ଏପ୍ରିଲ ୧୪ରେ ଶେଷ ହୋଇଥିବା ୨୧ ଦିନିଆ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ରେ ରାଜ୍ୟର ଜିଏସ୍ଡିପି ୮୨% ଖସିଯାଇଛି । ଅପରପକ୍ଷରେ କେନ୍ଦ୍ର ସରକାର ମେ’ ୩ ଯାଏଁ ଲକ୍ଡାଉନ୍କୁ ପୁନଶ୍ଚ ସମ୍ପ୍ରସାରଣ କରିଥିବାରୁ ରାଜ୍ୟ ଅର୍ଥନୀତି ଧ୍ୱସ୍ତବିଧ୍ୱସ୍ତ ହୋଇଯିବ ବୋଲି ଆକଳନ କରାଯାଉଛି । ୨୦୧୮-୧୯ର ଜିଏସ୍ଡିପି ତଥ୍ୟ ଆଧାରରେ ପ୍ରଥମ ପର୍ଯ୍ୟାୟର ୨୧ ଦିନର ଲକ୍ଡାଉନ୍ରେ କେରଳର ଅର୍ଥନୀତି ୩୬,୮୧୯ କୋଟି ଟଙ୍କା କ୍ଷତି ସହିଛି । ଲକ୍ଡାଉନ୍ ଆଉ ୧୯ ଦିନ ବଢ଼ିଯାଇଥିବାରୁ ମୋଟ ୪୦ ଦିନ ଭିତରେ ରାଜ୍ୟ ଜିଏସ୍ଡିପି ୭୦,୧୩୨ କୋଟି ଟଙ୍କା କ୍ଷତି ସହିବ ବୋଲି ଆକଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ବର୍ତ୍ତମାନ ସ୍ଥିତିରେ ସୁଧାର ଆଣିବା ଉଦେ୍ଧଶ୍ୟରେ ୨୦,୦୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛି । ଏଥିପାଇଁ ଏହା ବଜାରରୁ ୬,୦୦୦ କୋଟି ଟଙ୍କାର ଋଣ କରିଛି । ୮.୬୯% ସୁଧହାରରେ ଆଣିଥିବା ଏହି ଋଣକୁ ରାଜ୍ୟ ସରକାର ୧୫ ବର୍ଷରେ ପରିଶୋଧ କରିବ ।
ଏସବୁ କାରଣରୁ କେରଳର ଜିଏସ୍ଡିପି ନେଗେଟିଭ୍ ଅଭିବୃଦ୍ଧି ଦେଖିବ, ଯାହାକି ସ୍ୱତନ୍ତ୍ର ରାଜ୍ୟ ଗଠନ ପରେ ସର୍ବବୃହତ ଆର୍ଥିକ ସଙ୍କଟ । ଗଲ୍ଫ ରାଷ୍ଟ୍ରରୁ ବହୁ ସଂଖ୍ୟକ କେରଳୀ ପ୍ରବାସୀ ଶ୍ରମିକ ଫେରିଥିବାରୁ ରାଜ୍ୟକୁ ଅର୍ଥ ପ୍ରେରଣ ବି ବହୁମାତ୍ରାରେ କମିଯିବ । ଏପରିକି ଲକ୍ଡାଉନ୍ କାରଣରୁ ଟିକସ ଓ ଅଣ-ଟିକସ ରାଜସ୍ୱ ବି କମିଯିବ । ଫଳରେ କେରଳର ଅର୍ଥନୀତି ଭୁଷୁଡ଼ି ପଡ଼ିବ ବୋଲି ଅର୍ଥ ବିଶାରଦମାନେ ଆକଳନ କରୁଛନ୍ତି ।
ଲକ୍ଡାଉନ୍ର ପ୍ରଭାବରୁ ଦେଶର ନିଯୁକ୍ତି କ୍ଷେତ୍ର ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି । ମୋଟ ନିଯୁକ୍ତିରେ ୧୯% ଅଂଶୀଦାର ଥିବା ନିର୍ମାଣ କ୍ଷେତ୍ର ୧୦୦% ନିଯୁକ୍ତି କ୍ଷତି ସହିବ । ଅଣ-ସଂଗଠିତ କ୍ଷେତ୍ର ପାଇଁ ନିଯୁକ୍ତି ସଙ୍କଟ ସବୁଠୁ ଗଭୀର ହେବ । କେବଳ ଗୁଜରାଟ କି କେରଳ ନୁହେଁ, ଦେଶର ବହୁ ରାଜ୍ୟର ଆର୍ଥିକ ସ୍ଥିତି ଏବେ ଏଭଳି । ଏହାର ମୁକାବିଲା କରିବା ଉଦେ୍ଧଶ୍ୟରେ ଅନେକ ରାଜ୍ୟ ଆଗୁଆ ୠଣ କରିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ତଥ୍ୟ ମୁତାବକ, ଏପ୍ରିଲର ପ୍ରଥମ ଦୁଇ ସପ୍ତାହରେ ରାଜ୍ୟଗୁଡ଼ିକ ବିଭିନ୍ନ ଉତ୍ସରୁ ୪୪,୦୦୦ କୋଟି ଟଙ୍କାରୁ ଅଧିକ ଋଣ କରିଛନ୍ତି । ବଜାର ବିଶେଷଜ୍ଞଙ୍କ ମୁତାବକ, କରୋନା ସଂକ୍ରମଣ ଓ ଲକ୍ଡାଉନ୍ କେନ୍ଦ୍ର ସରକାରଙ୍କ ତୁଳନାରେ ରାଜ୍ୟଗୁଡ଼ିକୁ ଅଧିକ ବିପନ୍ନ କରିଛି । ରାଜ୍ୟଗୁଡ଼ିକ ରାଜସ୍ୱର ଏକ ବଡ଼ ଅଂଶ ପେଟ୍ରୋଲ, ଡିଜେଲ, ମଦ, ସମ୍ପତ୍ତି କାରବାର ଆଦି ଟିକସରୁ ଆସିଥାଏ । କିନ୍ତୁ ଲକ୍ଡାଉନ୍ ଯୋଗୁ ଏସବୁ ବନ୍ଦ ହୋଇଯାଇଛି । ଯେହେତୁ ଗତ ସପ୍ତାହରେ ସରକାର ଲକ୍ଡାଉନ୍ କଟକଣାରେ ସାମାନ୍ୟ କୋହଳ କରିଛନ୍ତି, ଏହା ରାଜ୍ୟଗୁଡ଼ିକ ପାଇଁ ରାଜସ୍ୱ ସୃଷ୍ଟିର ସାମାନ୍ୟ ଆଶା ଆଣିଛି । ତେବେ ଅଣ-ଜରୁରି ସାମଗ୍ରୀ ବ୍ୟବସାୟ ଲକ୍ଡାଉନ୍ରୁ ମୁକୁଳିବା ପରେ ହିଁ ରାଜ୍ୟଗୁଡ଼ିକର ଜିଏସ୍ଟି ରାଜସ୍ୱରେ ବୃଦ୍ଧି ଦେଖିବାକୁ ମିଳିବ । ଅନ୍ୟପଟେ କେନ୍ଦ୍ର ସରକାର ମୁଖ୍ୟତଃ ଆୟକର ଓ ମାନୁଫାକ୍ଚରିଂ କ୍ଷେତ୍ରରୁ ବଡ଼ ଧରଣର ଟିକସ ପାଇଥାନ୍ତି । ଲକ୍ଡାଉନ୍ ଯୋଗୁ ଏହା କେନ୍ଦ୍ର ରାଜକୋଷକୁ ପ୍ରଭାବିତ କରିଥିଲେ ମଧ୍ୟ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ସବୁଠୁ ଖରାପ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons