ଲଙ୍କାଗଡ଼ ଜଙ୍ଗଲରେ ସିଆରପିଏଫ୍-ବାଓବାଦୀ ଗୁଳିବିନିମୟ

Get real time updates directly on you device, subscribe now.

କଳାହାଣ୍ଡି: ସୀମାନ୍ତରେ ପୁଣି ମାଓବାଦୀ-ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଲଙ୍କାଗଡ଼ ଜଙ୍ଗଲରେ ମାଓବାଦୀ-ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳିବିନମୟ ହୋଇଛି । ଗୁଳିବିନମୟରେ ୪ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
ଖବରଅନୁଯାୟୀ, କଳାହାଣ୍ଡି- କନ୍ଧମାଳ ସୀମାନ୍ତ ଲଙ୍କାଗଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ନିକଟରେ କିଛି ମାଓବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିନ୍ତୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଜବାବ୍‌ ଦିଆଯାଇଥିଲା । ଯାହାପରେ ଆତଙ୍କବାଦୀ-ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ଚାଳନା ଜାରି ରହିଥିଲା । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ ପରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଘଟଣାସ୍ଥଳରେ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons