ଲାଇ ଡିଟେକ୍ସନ ଟେଷ୍ଟରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ପଚରାଗଲା ୭୦ଟି ପ୍ରଶ୍ନ!

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି । ଏହାକୁନେଇ ସସ୍ପେନ୍ସ ଜାିର ରହିଛି । ଏହାର ଖିଅ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ଏହି ମାମଲାରେ ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଭୁବନେଶ୍ୱର ଫରେନସିକ ଲ୍ୟାବରେ ତାଙ୍କୁ ୫ ଘଣ୍ଟା ଧରି ଚାଲିଥିଲା ଲାଇ ଡିଟେକ୍ସନ ଟେଷ୍ଟ । ବିଦ୍ୟାଶ୍ରୀଙ୍କୁ ପ୍ରାୟ ୭୦ ଟି ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ରେଳ ଧାରଣାରୁ ମିଳିଥିଲା । ଜିଆରପି ଏହାକୁ ଏକ ଆତ୍ମହତ୍ୟା କହିବାରୁ ବିବାଦ ଉପୁଜିଥିଲା । ତେବେ ଆଦିତ୍ୟଙ୍କ ପିପୁଲ ଫର୍ ସେବା ସଙ୍ଗଠନ ଓ ବନ୍ଧୁଙ୍କ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ହତ୍ୟା ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମାତ୍ର ପୋଲିସ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନଥିଲା । ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଘଟଣାର ତଦନ୍ତ କମିଶନରେଟ ପୋଲିସ ଦ୍ୱାରା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ । ଏହାପରେ ଡିଜିପି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ , ଆଦିତ୍ୟଙ୍କ ବାପା ଓ ମାଆଙ୍କ ସମେତ ବନ୍ଧୁମାନଙ୍କୁ ଜେରା କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons