ଲାଞ୍ଚ କାରବାର ଅଭିଯୋଗ, ସିଡିପିଓଙ୍କ ଖଣ୍ଡନ

Get real time updates directly on you device, subscribe now.

କୋରୁକୋଣ୍ଡା,(ବି.ବି.ନୁ୍ୟଜ): ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅର୍ଥ କାରବାର ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି କୋରୁକୋଣ୍ଡା ବ୍ଲକ୍ ନୀଳାକାମ୍ବେରୁ ପଞ୍ଚାୟତର କୋୟାଗୁଡା ଗ୍ରାମବାସୀ । ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନୀଳିମାରାଣୀ ମଣ୍ଡଳଙ୍କ ନାଁରେ ଆସିଛି ଏହି ଅଭିଯୋଗ । ପ୍ରଶାସନ ପକ୍ଷରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁÂାନ ନିଆଯାଉନଥିବାରୁ ଗତ ୯ ଦିନ ହେଲା ଗାଁ ଲୋକେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି । କାର୍ଯ୍ୟାନୁÂାନ ନହେବା ପର୍ଯ୍ୟନ୍ତ କେନ୍ଦ୍ରରୁ ତାଲା ଖୋଲାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତ ଫେବ୍ରୁଆରୀ ୮ ତାରିଖରେ କୋରୁକୋଣ୍ଡା ଆଇସିଡିଏସ୍ ତରଫରୁ ବ୍ଲକ୍ର ଶାରଦାଗୁଡା ଓ ନୀଳାକାମ୍ବେରୁ ଗାଁରେ ଦୁଇଟି ଅଙ୍ଗନବାଡି ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା । ନୀଳାକାମ୍ବେରୁ ଗାଁର ମୋଟ ୪ଜଣ ଏହି ପଦବୀ ଲାଗି ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଦେବେ ପଡିଆମୀ(୨୫) ଏକମାତ୍ର ଯୋଗ୍ୟ ପ୍ରାର୍ଥିନୀ ରହିଥିଲେ । ପଦ ପାଇବା ଲାଗି ତାଙ୍କର ସମସ୍ତ ଯୋଗ୍ୟତା ଥିଲା । ଏମିତିକି ଆଇସିଡିଏସ୍ ବିଭାଗ ପକ୍ଷରୁ ଦେବେଙ୍କୁ ଫୋନ୍ଯୋଗେ ଜଣାଇ ଦିଆଯାଇଥିଲା ଯେ, ସେ ଏହି ପଦ ପାଇଁ ଯୋଗ୍ୟ । କିନ୍ତୁ ଶେଷ ମୁହୂର୍ତ୍ତରେ ଅନ୍ୟ ଜଣେ ପ୍ରାର୍ଥିନୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନିଆଯାଇ ଚାକିରି ଦିଆଯାଇଥିଲା । ସେହିପରି ବାଲିମେଳା ଏନ୍ଏସିର ୫ ନମ୍ବର ୱାର୍ଡ ସାଇବାବା ଲେନ୍ରେ ଅଙ୍ଗନବାଡି ପଦବୀ ଲାଗି ୨୦୨୦ ଡିସେମ୍ବର ୫ ତାରିଖରେ ବିଜ୍ଞାପନ ବାହାରିଥିଲା । ସେଠାରେ ମଧ୍ୟ ସିଡିପିଓ ଅସାଧୁ ଉପାୟ ଅବଲମ୍ବନ କରି ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସିଡିପିଓଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ଏକ ୪ଜଣିଆ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଥିଲା । ଟିମ୍ ଉପଯୁକ୍ତ ପ୍ରାର୍ଥୀକୁ ଚୟନ କରି ନିଯୁକ୍ତି ଦେଇଛି । ଏଥିରେ କୌଣସି ଉକ୍ରୋଚ କାରବାର ହୋଇନାହିଁ । ତେବେ ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ତଦନ୍ତ ପରେ ହିଁ ଜଣାପଡିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons