କେନ୍ଦୁଝର,(ବି.ବି.ନୁ୍ୟଜ୍): ୧୧ହଜାର ଟଙ୍କା ଲାଞ୍ଚ ନେଇ ଭିଭିଲାନ୍ସ ହାତରେ ଧରାପଡିଲେ କେନ୍ଦୁଝର ସଦର ବ୍ଲକର ଜେଇ ପ୍ରମୋଦ କୁମାର ପଣ୍ଡା । ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚରା କରାଯାଉଛି । ପ୍ରମୋଦ ଆଜି ନିଜ କାର୍ଯ୍ୟାଳୟରେ ଜଣେ ଠିକାଦାରଙ୍କଠାରୁ ବିଲ୍ କରେଇଦେବା ବାବଦକୁ ୬ ହଜାର ଟଙ୍କା ଏବଂ ଅନ୍ୟ ଏକ ନୂତନ ଠିକା କାମ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ପୂର୍ବଯୋଜନା ମୁତାବକ କେନ୍ଦୁଝର ଭିଜିଲାନ୍ସ ଟିମ୍ ସେଠାରେ ପହଞ୍ଚି ତାଙ୍କ ନିକଟରୁ ନଗଦ ଟଙ୍କା ଜବତ କରିଛି । ଏଥିସହ ତାଙ୍କୁ ଗିରଫ କରି କେନ୍ଦୁଝର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଯାଇଛି । ସେଠାରୁ ତାଙ୍କୁ କୋର୍ଟଚାଲାଣ କରାଯିବ । ଭିଜିଲାନ୍ସ ବିଭାଗ ତାଙ୍କ କାର୍ଯ୍ୟାଳୟ ଓ ଘରେ ମଧ୍ୟ ଚଢ଼ାଉ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ପ୍ରମୋଦ ପଣ୍ଡା ବରଦାପାଳ , କାଉଁରୀକଳା ଓ ରାଇକଳା ପଞ୍ଚାୟତର ଜେଇ ଦାୟିତ୍ୱରେ ଥିଲେ ।
Comments are closed, but trackbacks and pingbacks are open.