ପାଟଣାଗଡ଼,(ବି.ବି.ନୁ୍ୟଜ୍): ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗିରି ଜିଲ୍ଲା ପାଟଣାଗଡ଼ ଏନଏସି ଜେଇ ଦେବୀ ପ୍ରସାଦ ମିଶ୍ର । ଆଜି ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ପାଟଣାଗଡ଼ ରାମପୁରର ଟଙ୍କଧର କୁମ୍ଭାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ପାଇଥିଲେ । ହେଲେ ତାଙ୍କ ଘର ପାଇଁ ଫାଇନାଲ ବିଲ୍ କରିବାକୁ ସେ ଟଙ୍କଥରଙ୍କୁ ୩ ହଜାର ଟଙ୍କା ମାଗିଥିଲେ । ଏନେଇ ଟଙ୍କଧର ଭିଜିଲାନ୍ସକୁ ଜଣାଇଥିଲେ । ଏହାପରେ ପୂର୍ବ ଯୋଜନା ଅନୁଯାୟୀ , ଆଜି (ସୋମବାର)ପ୍ରାୟ ୧୦ଟା ବେଳେ ଟଙ୍କଧର ୩ହଜାର ଟଙ୍କା ନେଇ ଜେଇଙ୍କୁ ଦେଇଥିଲେ । ଏହି ସମୟରେ ଭିଜିଲାନ୍ସ ଡିଏସ୍ପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଜେଇଙ୍କୁ ଗିରଫ କରିଥିଲା ।


Comments are closed, but trackbacks and pingbacks are open.