ଲାଞ୍ଚ ନେବା ବେଳେ ଅତିରିକ୍ତ ପୋଷ୍ଟ୍ ମାଷ୍ଟର୍ଙ୍କୁ ଧରିଲା ସିବିଆଇ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ମୁଖ୍ୟ ଡାକଘରର ଅତିରିକ୍ତ ପୋଷ୍ଟମାଷ୍ଟର(ଆକାଉଣ୍ଟ) ମନୋଜ କୁମାର ମହାନ୍ତଙ୍କୁ ସିବିଆଇ ଗିରଫ କରିଛି । ମନୋଜ ଏକ ବିଲ୍ ପାସ୍ କରାଇଦେବାକୁ ବିଭାଗୀୟ କର୍ମଚାରୀ ହରିହର ମାଝୀଙ୍କୁ ଲାଞ୍ଚ ମାଗିଥିଲେ । ଶ୍ରୀ ମାଝି ଏ ନେଇ ସିବିଆଇର ଦ୍ୱାରସ୍ଥ ହୋଇଥିଲେ । ପରେ ମନୋଜଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ଯୋଜନା କରାଯାଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିଲା । ଯୋଜନା ମୁତାବକ ଆଜି ମନୋଜ ଅଫିସ୍ ପରିସରରେ ହରିହରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ମାଡ଼ି ବସିଥିଲା । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ସିବିଆଇ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons