ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଐତିହାସିକ ଲାଲକିଲ୍ଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧନ କରି ୯୨ ମିନିଟର ଦୀର୍ଘ ଅଭିଭାଷଣରେ ଅନେକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।ଦେଶକୁ ବିକାଶର ପଥରେ ଆଗେଇନେବାକୁ ଦେଶବାସୀଙ୍କୁ ଦେଇଛନ୍ତି ଆହ୍ବାନ।
ଭାରତୀୟ ପଦାତିକ ସେନା, ନୌସେନା ଏବଂ ବାୟୁସେନାର ଅଭିଯାନରେ ସମନ୍ଵୟ ରକ୍ଷା କରିବାକୁ ‘ଚିଫ୍ ଅଫ୍ ଡିଫେନ୍ ସ୍ ଷ୍ଟାଫ୍ ’ ପଦବୀ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।
ଧାରା ୩୭୦ ହଟାଯିବାପରେ ଏବେ ସାରା ଦେଶ ଗର୍ବରେ କହିପାରିବ ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ ବୋଲି ମୋଦି କହିଛନ୍ତି।
ଜଳ ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଜଳ ଜୀବନ ମିଶନରେ ସାଢେ ୩ଲକ୍ଷ କୋଟି ବ୍ୟୟ ବରାଦ ହେବ ବୋଲି କହିଛନ୍ତି ମୋଦି।
ଜନସଂଖ୍ୟା ବୃଦ୍ଧି ନେଇ ମଧ୍ୟ ମୋଦି ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ପରିବାରକୁ ସୀମିତ ରଖୁଥିବା ବ୍ୟକ୍ତି ଅସଲ ଦେଶଭକ୍ତ ବୋଲି ମୋଦି କହିଛନ୍ତି।
ସ୍ବାଧୀନତା ଦିବସ ଅବସରରେ ଆତଙ୍କବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ପରୋକ୍ଷରେ ଘେରିଛନ୍ତି ।ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ବିରୋଧରେ କଡା କାର୍ୟାନୁଷ୍ଠାନ ହେବ କହିଛନ୍ତି ମୋଦି।
ଦେଶକୁ ଗରିବୀ ମୁକ୍ତ କରିବାକୁ ମୋଦି ଦେଇଛନ୍ତି ଆହ୍ବାନ।
ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ମୋଦି ଦେଶବାସୀଙ୍କ ସହଯୋଗ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ। ।
ଦେଶର ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଲାଗି ଭିତ୍ତିଭୂମି ବିକାଶରେ ଏକ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୋଦି ଘୋଷଣା କରିଛନ୍ତି।
୨୦୧୪ରୁ ୨୦୧୯ ଥିଲା ଆବଶ୍ୟକତା ପୂରଣର ସମୟ । ୨୦୧୯ରୁ ଆଗକୁ ଆସୁଥିବା ସମୟରେ ଲୋକଙ୍କ ସ୍ବପ୍ନପୂରଣ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଲାଲକିଲ୍ଲାରୁ କହିଛନ୍ତି ପ୍ରଧାନମନ୍ତ୍ରୀ।
Comments are closed, but trackbacks and pingbacks are open.