ଲାଲ୍ଗଡ଼ରେ ମୋଓ ବିରୋଧୀ ପୋଷ୍ଟର

Get real time updates directly on you device, subscribe now.

ଜୟପୁର: ଲାଲଗଡ଼ର ବିଭିନ୍ନ ଗାଁରେ ମାଓ ବିରୋଧୀ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ଲମତାପୁଟ ଅନ୍ତର୍ଗତ ଅନକାଡେଲି, ହନୁମାଲ ଆଦି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲଗାଇଛନ୍ତି ମାଲକାନଗିରିର ବିଛିନ୍ନାଞ୍ଚଳ ଉନ୍ନୟନ ସମିତି। ମାଓବାଦୀମାନେ ବିପ୍ଳବ ନା ରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ତାର ଦୃଢ଼ ନିନ୍ଦା କରିଥିବା ଉଲେଖ କରିଛନ୍ତି। ଏପରିକି ଗତ ୨୦ ତାରିଖରେ ମାଲକାନଗିରି ଜିଲ୍ଲାର ଜୋଡମ୍ବର ନିରୀହ ଆଦିବାସୀ ଯୁବକ ଦାସ ଖେମୁଣ୍ଡୁଙ୍କୁ ହତ୍ୟା କରି ନିଜର ଅସଲ ମୁଖା ଖୋଲିଯାଇଛି ବୋଲି ପୋଷ୍ଟର ଜରିଆରେ ସମାଲୋଚନା କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons