ଲାଲ୍ ଚୌକରେ ତ୍ରିରଙ୍ଗା ଉଡାଇବେ ଅମିତ ଶାହ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବା ପରେ ସେଠାରେ ସ୍ୱାଧୀନତା ଦିବସ ଧୂମଧାମରେ ପାଳନ କରିବା ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି । କୁହାଯାଉଛି କି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅଗଷ୍ଟ ୧୫ରେ ଶ୍ରୀନଗର ଯିବାର କାର୍ଯ୍ୟକ୍ରମ ରହିଛି । ସେ ଶ୍ରୀନଗରର ଲାଲଚୌକରେ ତ୍ରିରଙ୍ଗା ଉତ୍ତୋଳନ କରିବେ । ସରକାରୀ ସ୍ତରରେ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି । ୧୬ ଓ ୧୭ରେ ଶାହ ଲଦାଖ ଯିବେ ବୋଲି ଜଣାପଡିଛି ।
ଲାଲଚୌକରେ ବିଚ୍ଛିନ୍ନତାବାଦୀଙ୍କ ଦବଦବା ରହିଆସୁଛି । ସେମାନେ ଏଠାରେ କାହାକୁ ବି ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଦିଅନ୍ତି ନାହିଁ । ପୂର୍ବରୁ ଭାରତର ବିଭିନ୍ନ ଭାଗରୁ ଯେଉଁମାନେ ସେଠାରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଯାଇଥିଲେ, ରାଜ୍ୟ ସରକାର ବି ବିଭିନ୍ନ ବାହାନାରେ ସେମାନଙ୍କୁ ଗିରଫ କରୁଥିଲେ । ଏ ଦୃଷ୍ଟିରୁ ଅମିତ ଶାହ ଏବେ ସେଠାରେ ତ୍ରିରଙ୍ଗା ଉତ୍ତୋଳନ କରିବା ଯୋଜନାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ତେବେ ପୂର୍ବରୁ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥରକ ଲାଲ କିଲ୍ଲା ବଦଳରେ ଲାଲ ଚୌକରେ ପତାକା ଉତ୍ତୋଳନ କରିବେ । କିନ୍ତୁ ଏବେ ଏଥିପାଇଁ ଶାହଙ୍କ ନାମ ଉପରେ ଚର୍ଚ୍ଚା ହେଉଛି ।
ଆହୁରି ମଧ୍ୟ, ଜମ୍ମୁ-କାଶ୍ମୀରରେ ଏଥରକ ସ୍ୱାଧୀନତା ଦିବସ ପାଳନ କରାଯିବା ପୂର୍ବ ଠାରୁ ଭିନ୍ନ ହେବ । ଏଥରକ ସ୍ୱାଧୀନତା ଦିବସରେ କେବଳ ତ୍ରିରଙ୍ଗା ବ୍ୟବହାର କରାଯିବ । କିନ୍ତୁ ପୂର୍ବରୁ ଏପରି ହେଉନଥିଲା । ତ୍ରିରଙ୍ଗା ସହିତ ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପତାକାକୁ ବି ବ୍ୟବହାର କରାଯାଉଥିଲା । ହେଲେ ଏବେ ଧାରା ୩୭୦ ହଟାଯିବା ପରେ ଜମ୍ମୁ-କାଶ୍ମୀର ପାଇଁ ପ୍ରଚଳିତ ପତାକାକୁ ଆଉ ବ୍ୟବହାର କରାଯିବ ନାହିଁ ।
ମଙ୍ଗଳବାର ଜମ୍ମୁର କିସ୍ତୱାରରେ ୭୩ତମ ସ୍ୱାଧୀନତା ଦିବସ ପାଇଁ ପ୍ୟାରେଡ ଅଭ୍ୟାସ ବେଳେ ଏହା ପ୍ରତୀତ ହୋଇଥିଲା । ପ୍ୟାରେଡରେ ଭାଗ ନେଉଥିବା ଗାଡିଗୁଡିକରେ କେବଳ ତ୍ରିରଙ୍ଗା ବ୍ୟବହାର କରାଯାଇଥିବାର ଦେଖିବାକୁ ମିଳିଥିଲା । ଏଥିରୁ ଭାରତ ସହିତ ଜମ୍ମୁ-କାଶ୍ମୀରର ପୂର୍ଣ୍ଣ ମିଶ୍ରଣ ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବାର ସ୍ପଷ୍ଟ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons