ଲିଙ୍ଗରାଜ ମାର୍କେଟ କଂପ୍ଲେକ୍ସ ଭଙ୍ଗା ଘଟଣାକୁ ବ୍ୟବସାୟୀଙ୍କ ବିରୋଧ

Get real time updates directly on you device, subscribe now.

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଲିଙ୍ଗରାଜ ମାର୍କେଟ କଂପ୍ଲେକ୍ସ ଭଙ୍ଗା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବିଏମ୍‌ସିର ଭଙ୍ଗା ଏହି ଅଭିଯାନକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ମାର୍କେଟ କଂପ୍ଲେକ୍ସଟି ପୁରୁଣା ହୋଇଯାଇଥିବାରୁ ମହାନଗର ନିଗମ ପକ୍ଷରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଏହାକୁ ଭାଙ୍ଗିବା ପାଇଁ ନୋଟିସ୍ ମଧ୍ୟ ଦିଆଯାଇଥିଲା।
ପୂର୍ବ ନିଷ୍ପତ୍ତି ଅନୁସାରେ ମହାନଗର ନିଗମ ଓ ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ କର୍ମଚାରୀମାନେ ପୁଲିସ ଉପସ୍ଥିତିରେ ୪ଟି ଜେସିବି ଲଗାଇ ଏହି ମାର୍କେଟ୍‌ କଂପ୍ଲେକ୍ସ ଭାଙ୍ଗିଛନ୍ତି।
କଂପ୍ଲେକ୍ସ ଭାଙ୍ଗିକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆଉ କିଛି ଦିନ ସମୟ ଦେବାକୁ ଦାବି କରିଥିଲେ। କିନ୍ତୁ ମହାନିଗର ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଭଙ୍ଗା କାର୍ୟ୍ୟ ଜାରି ରଖିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons