କବିସୂର୍ଯ୍ୟନଗର,(ବି.ବି.ନୁ୍ୟଜ୍): ଲୁଗା ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ କବିସୂର୍ଯ୍ୟନଗର ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନେ ଲୁଟ୍ରେ ବ୍ୟବହାର କରିଥିବା ବାଇକ୍, ଖଣ୍ଡା ଓ ୩୨ ହଜାର ଟଙ୍କା ଜବତ କରିଛି । ଗିରଫମାନେ ପପୁ ନାୟକ ଓରଫ ଗେଣ୍ଡୁ, ସୁମନ ନାୟକ, ନରେଶ ଆଚାରି ଓରଫ ନାରସୁ, କାହ୍ନୁ ପଟ୍ଟନାୟକ ଓ କେ ରାଜେଶ ଆଚାରୀ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଜି ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୀମା ସ୍ୱାଇଁ, ଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି ।
ଗତ ମାସ ୨୧ ତାରିଖ ଅପରାହ୍ନ ୪ଟା । କବିସୂର୍ଯ୍ୟନଗର ଭେଙ୍କଟେଶ୍ୱର ସାହିରେ ଥିବା ଏକ ଲୁଗା ଦୋକାନରେ ଗୋଟିଏ ବାଇକ୍ରେ ୩ ଜଣ ଯୁବକ ପହଞ୍ଚିଥିଲେ । ଦୋକାନ ଭିତରେ ପଶି ମାଲିକ ଏ.ନାଗେଶ୍ୱର ପାତ୍ରଙ୍କୁ ମାରଣାସ୍ତ୍ର ଦେଖାଇ ଧକ୍କା ମାରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଦୋକାନରେ ଲାଗିଥିବା ସିସି କ୍ୟାମେରାକୁ ଯାଞ୍ଚ କରି ପୁଲିସ ତଦନ୍ତ ଜାରି ରଖିଥିଲା । ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନେ ବ୍ୟବହାର କରୁଥିବା ୪ଟି ବାଇକ, ମୋବାଇଲ୍, ଦୁଇଟି ଖଣ୍ଡା ଏବଂ ୩୨ ହଜାର ଟଙ୍କା ପୁଲିସ ଜବତ କରିଛି ।


Comments are closed, but trackbacks and pingbacks are open.