ଢେଙ୍କାନାଳ: ଲୁଟ୍ ବାଇକ୍ ସହ ତିନି ଲୁଟେରାଙ୍କୁ ଗିରଫ କଲା ପୋଲିସ । ଗିରଫଙ୍କ ମଧ୍ୟରେ ୨ଜଣ ନାବାଳକ ରହିଥିବା ଜଣାପଡିଛି । ସିସିଟିଭି ଫୁଟେଜ୍ ଆଧାରରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି ଢେଙ୍କାନାଳ ଥାନା ପୋଲିସ ।
ଖବର ଅନୁଯାୟୀ, କିଛି ହେଲା ସମସ୍ତେ ମିଳି ମିଶି ବାଇକ ଲୁଟ୍ କରୁଥିଲେ । ଖୁବ ଚତୁରତା ର ସହ ଢେଙ୍କାନାଳରୁ ଏହି ବାଇକ ଲୁଟ ରାକେଟ ଭୁବନେଶ୍ୱର ଯାଏ ଲମ୍ବିଥିଲା । କିନ୍ତୁ ସିସିଟିଭି ଫୁଟେଜରୁ ଏମାନଙ୍କ ଏହି ରାକେଟର ପର୍ଦ୍ଦାଫାସ ହୋଇଛି । ଏପରିକି ଭୁବନେଶ୍ୱର ନାୟପଲ୍ଲୀରୁ ଏକ ବଜାଜ ପଲସର ଟୁ୨୦କୁ ଢେଙ୍କାନାଳ ଟାଉନ ପୋଲିସ ଉଦ୍ଧାର ମଧ୍ୟ କରିଛି । ଏହି ଲୁଟରେ ସମ୍ପୃକ୍ତ ଢେଙ୍କାନାଳ ଗୋବିନ୍ଦପୁରର ଇନ୍ଦ୍ରଜିତ ଚକ୍ର ନାମକ ଜଣେ ଯୁବକ ସହ ଅନ୍ୟ ଦୁଇଜଣ ନାବାଳକଙ୍କୁ ଗିରଫ ହୋଇଛନ୍ତି । ଗିରଫ ୨ନାବାଳକ ଗୁଡ଼ିଆନାଳି ଓ ମଣ୍ଡାପାସାହିର ବୋଲି ଜଣାପଡିଛି ।
ଏମାନେ ଗତ ୨୮ତାରିଖ ରାତି ୯ଟା ସମୟରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପରିସରରୁ ଜଣେ କର୍ମଚାରୀଙ୍କ ଏହି ପଲସର ବାଇକକୁ ଲୁଟି ନେଇଥିଲେ । ତେବେ ଏମାନଙ୍କ ଏହି ଯୋଜନାବଦ୍ଧ ଲୁଟର ଭିଜୁଆଲ ହସ୍ପିଟାଲ ସିସି ଟିଭି କଏଦ ହୋଇଥିଲା। ଏହାକୁ ଆଧାର କରି ଟାଉନ ପୁଲିସ ଛାନଭିନ କରି ଏହି ଲୁଟ ରାକେଟର ତିନି ଜଣଙ୍କୁ ଗିରଫ ସହ ବାଇକ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.