ଲୁଧୁଆପଡ଼ା ଗାଁରେ ମାକ୍ସ ବଣ୍ଟନ

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଧୀନ ଫଟକି ପଞ୍ଚାୟତ ଲୁଧୁଆପଡ଼ା ଗାଁରେ ଲୋକଙ୍କୁ ମାସ୍କ୍ ବଣ୍ଟାଯାଇଛି ।
ବ୍ଲକ୍ର ୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମସୁନ୍ଦର ମାଝି ଉକ୍ତ ଗାଁକୁ ଯାଇ ଲୋକଙ୍କ ମାସ୍କ୍ ବଣ୍ଟନ କରିଥିଲେ । ଏହାସହ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ । କୋଭିଡ୍ ଟିକା ନେଇଛନ୍ତି କି ନାହିଁ ଲୋକଙ୍କୁ ପଚାରି ବୁଝିଥିଲେ । କୌଣସି ସମୟରେ ଜ୍ୱର କି ମୁଣ୍ଡ ବ୍ୟଥା ପରି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ଟେଷ୍ଟ୍ କରାଇବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । ଏହି ଅବସର ରେ ବରିÂ ବିଜେପି ନେତା ମହେନ୍ଦ୍ର ନାୟକ, ଲୋଚନ କଟା, ଲିଙ୍ଗରାଜ ମନହିରା ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଚନ୍ଦାହାଣ୍ଡି ସଦରଠାରେ ଚନ୍ଦାହାଣ୍ଡି ବିଜେପି ମଣ୍ଡଳ ସଭାପତି ପ୍ରତାପ ବାଗ୍ଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା । ଏଠାରେ ମୁଖ୍ୟଅତିଥି ଭାବେ ରାୟଗଡ଼ା ବିଜେପି ପ୍ରଭାରୀ ଗୋବିନ୍ଦ କୁମାର ଜୈନ ଲୋକଙ୍କୁ ସଚେତନତା ବାର୍ତ୍ତା ଦେବା ସହ ମାr୍ ଓ ସାନିଟାଇଜର୍ ବଣ୍ଟନ କରିଥିଲେ । କରୋନାରୁ ରକ୍ଷା ପାଇବା ପାଇଁ କୋଭିଡ୍ ଟିକା ନେବାକୁ ନିବେଦନ କରିଥିଲେ । ଏଠାରେ ଭୁବନେ ସାଗର, ରୁଦ୍ରମାଧବ ଦାସ, ସୁବାସ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons