ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁ ପ୍ରତୀକ୍ଷିତ ଲୁହାପଥର ଖଣି ନିଲାମକୁ ଓଡ଼ିଶା ସରକାର ବାତିଲ କରିଛନ୍ତି । ୬ରେ ଲୁହାପଥର ନିଲାମ ନେଇ ସାନି ବିଜ୍ଞପ୍ତି ଜାରି ହେବ । କିଛି ନିର୍ଦ୍ଧିଷ୍ଟ କମ୍ପାନି ଦ୍ୱାରା ମଡେଲ ବିଡ୍ ଡକୁ୍ୟମେଣ୍ଟ ବା ‘ଆଦର୍ଶ ନିଲାମ ଦସ୍ତାବିଜ’ରେ ଥିବା ତ୍ରୁଟିର ଅପବ୍ୟବାହାର ଯୋଗୁ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି । ଏହାଯୋଗୁ ଲୁହାପଥର ଖଣି ନିଲାମ ଧାର୍ଯ୍ୟ ସମୟ ତୁଳନାରେ ୧ ମାସ ବିଳମ୍ବିତ ହେବ ବୋଲି ଜଣାପଡ଼ିଛି ।
ନିଜର ଅଧା ଡଜନ ସହଯୋଗୀ ସଂସ୍ଥା ଜରିଆରେ ରାଜ୍ୟର ସର୍ବବୃହତ ଲୁହାପଥର ଖଣି (ନୂଆଗାଁ ଖଣି)ର ନିଲାମରେ ଅଂଶଗ୍ରହଣ ପାଇଁ ଜେଏସ୍ଡବ୍ଲୁ୍ୟ ଗ୍ରୁପ୍ ନିଷ୍ପତ୍ତିକୁ ଆଦାନି ଗ୍ରୁପ ଓ ଆର୍ସେଲର ମିତ୍ତଲର ବିରୋଧ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟ ସରକାରଙ୍କ ଜଣେ ବରିÂ ଅଧିକାରୀ କହିଛନ୍ତି, ପ୍ରଥମ କିସ୍ତିରେ ହୋଇଥିବା ୧୦ ଲୁହାପଥର ଖଣି ନିଲାମରେ ବିଭିନ୍ନ କମ୍ପାନିଙ୍କ ନିକଟରୁ ଆଶାତୀତ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ତେବେ ଆଦର୍ଶ ନିଲାମ ଦସ୍ତାବିଜର ଏକ ତ୍ରୁଟିକୁ ଅପବ୍ୟବହାର କରିବାକୁ ଏକ କମ୍ପାନି ସହଯୋଗୀ ସଂସ୍ଥା ଜରିଆରେ ନିଲାମରେ ଭାଗ ନେବାକୁ ନିଷ୍ପତ୍ତି ନେବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ।
ଏବେ ସରକାର ନିଲାମ ସର୍ତ୍ତାବଳିରେ ସୁଧାର ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ପୁରୁଣା ଆଦର୍ଶ ନିଲାମ ଦସ୍ତାବିଜର ସର୍ତ୍ତାବଳିରେ ସଂଶୋଧନ ଆଣି କିଛି ନୂଆ ସର୍ତ୍ତାବଳି ଯୋଡ଼ିବେ । ଫଳରେ ଗୋଟିଏ କମ୍ପାନିରୁ ଏକାଧିକ ସହଯୋଗୀ କମ୍ପାନିଙ୍କୁ ନିଲାମରେ ଅଂଶଗ୍ରହଣର ସୁଯୋଗ ମିଳିବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି । ପୂର୍ବରୁ ଲୁହାପଥର ନିଲାମ ନେଇ ଜାରି କରାଯାଇଥିବା ସମସ୍ତ ଟେଣ୍ଡରକୁ ବାତିଲ କରାଯାଇଛି । ଡିସେମ୍ବର ୬ରେ ନୂଆ ଟେଣ୍ଡର ଆହ୍ୱାନ କରାଯିବ ।
ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଲୁହାପଥର ଖଣି ନିଲାମର ସର୍ବୋଚ୍ଚ ନିଲାମଧାରୀଙ୍କୁ ଜାନୁଆରୀ ସୁଦ୍ଧା ଆଗ୍ରହ ପତ୍ର (ଏଲ୍ଓଆଇ) ଦିଆଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏବେ ଫେବ୍ରୁଆରୀରେ ଏଲ୍ଓଆଇ ସ୍ୱାକ୍ଷର ହେବ ବୋଲି ସୂଚନା ମିଳିଛି ।
ଦେଶର ଅଧାରୁ ଅଧିକ ଲୁହାପଥର ଉପôାଦନକାରୀ ରାଜ୍ୟ ଓଡ଼ିଶା ନିକଟରେ ଦୁଇଟି ପର୍ଯ୍ୟାୟରେ ୫୦ ବର୍ଷ ପୁରୁଣା (୨୦୨୦ ମାର୍ଚ୍ଚ ୩୧ରେ ଅବଧି ସରିବାକୁ ଥିବା) ୨୦ଟି ଲୁହାପଥର ଖଣିର ପୁନଃନିଲାମ ପାଇଁ ଟେଣ୍ଡର ଆହ୍ୱାନ କରିଥିଲା । ଏଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ନିଲାମରେ ରଖାଯାଇଥିବା ୧୦ଟି ଲୁହାପଥର ଖଣି ପାଇଁ ୧୭୭ଟି କମ୍ପାନି ବିଡ୍ ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ସମେତ ଦ୍ୱିତୀୟ ପର୍ଯ୍ୟାୟ ଖଣି ନିଲାମକୁ ଘୁଞ୍ଚାଇବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ପ୍ରଥମ କିସ୍ତିରେ ନିଲାମରେ ରଖାଯାଇଥିବା ୧୦ ଲୁହାପଥର ଖଣି ମଧ୍ୟରେ ୭୬୭.୨୮୪ ହେକ୍ଟର ବିଶିଷ୍ଟ ନୂଆଗାଁ ଲୁହାପଥର ଖଣି ରହିଛି, ଯେଉଁଥିରେ ୭୯୨.୯୩ ନିୟୁତ ଟନ୍ ଲୁହାପଥର ମହଜୁଦ ରହିଛି । ନୂଆଗାଁ ଖଣି ପାଇଁ ଟେକ୍ନିକାଲ ବିଡ୍ ଦାଖଲ କରିଥିବା ୧୫ କମ୍ପାନି ମଧ୍ୟରେ ସଜ୍ଜନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜେଏସ୍ଡବ୍ଲୁ୍ୟ ଗ୍ରୁପ୍ର ୬ଟି ସହଯୋଗୀ କମ୍ପାନି (ଜେଏସ୍ଡବ୍ଲୁ୍ୟ ଷ୍ଟିଲ, ଜେଏସ୍ଡବ୍ଲୁ୍ୟ ରାୟଗଡ଼, ଜେଏସ୍ଡବ୍ଲୁ୍ୟ ବେଙ୍ଗଲ ଷ୍ଟିଲ, ଜେଏସ୍ଡବ୍ଲୁ୍ୟ ଝାଡ଼ଖଣ୍ଡ ଷ୍ଟିଲ, ଜେଏସ୍ଡବ୍ଲୁ୍ୟ ଉକ୍ରଳ ଷ୍ଟିଲ ଓ ଅମ୍ବା ରିଭର କୋକ୍) ଭାଗ ନେଇଛନ୍ତି । ଏହି ଲୁହାପଥର ଖଣିର ରେସ୍ରେ ବଡ଼ ଭାଇ ପୃଥୀ ରାଜ ଜିନ୍ଦଲଙ୍କ ଜିନ୍ଦଲ ସ’ ଓ ସାନ ଭାଇ ନବୀନ ଜିନ୍ଦଲଙ୍କ ଜେଏସ୍ପିଏଲ୍ ଓ ଏହାର ସହଯୋଗୀ ସଂସ୍ଥା ଜିନ୍ଦଲ ପାୱାର ମଧ୍ୟ ରହିଛି ।
Comments are closed, but trackbacks and pingbacks are open.