ଲୁହା ପାଇପ ତଳେ ଚାପି ହୋଇ ଶ୍ରମିକ ମୃତ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍):ପାପଡାହାଣ୍ଡି ଥାନା ତୁମ୍ବର୍ଲା ଓ ଲହରାକାନୀ ଗାଁ ପାଖରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରକ୍ରୁ ଲୁହା ପାଇପ୍ ବାହାର କରୁଥିବାବେଳେ ପାଇପ୍ ତଳେ ଚାପିହୋଇ ଜଣେ ଶ୍ରମିକଙ୍କର ମୃତୁ୍ୟ ହୋଇଛି । ଶ୍ରମିକ ହେଲେ ତୁମ୍ବର୍ଲା ହରିଜନ ସାହିର ଡମୁ ହରିଜନ(୨୨) ।
ସୂଚନା ଅନୁସାରେ, ପାପଡାହାଣ୍ଡି ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ ୫୫୫ କୋଟି ଟଙ୍କାର ମେଗା ପ୍ରକଳ୍ପ ପାଇଁ ବ୍ଲକର ବିଭିନ୍ନ ଗାଁରେ ଠିକା କମ୍ପାନି ପକ୍ଷରୁ ଲୁହା ପାଇପ୍ ପୋତା ଆରମ୍ଭ ହୋଇଛି । ମଙ୍ଗଳବାର ତମ୍ବର୍ଲା-ଲହରାକାନୀ ଗାଁ ନିକଟକୁ ଏକ ଟ୍ରକରେ ଲୁହା ପାଇପ ନିଆଯାଇଥିଲା । ସେଠାରେ ଗାଡିରୁ ଡମୁ ପାଇପଗୁଡିକୁ ଓହ୍ଲାଉଥିଲେ । ଏହି ସମୟରେ ଅସାବଧାନତାରୁ ସେ ପାଇପ ତଳେ ଚାପି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପାପଡାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣୁଥିବାବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ଘଟଣାକୁ ନେଇ ଡମୁଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିଥିଲେ । ପରେ ସମ୍ପୃକ୍ତ ଠିକା କମ୍ପାନି ପକ୍ଷରୁ ୨ ଲକ୍ଷ ଟଙ୍କା ଓ ଇନ୍ସୁ୍ୟରାନ୍ସ କମ୍ପାନି ପକ୍ଷରୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଏ ନେଇ ପାପଡାହାଣ୍ଡି ପୁଲିସ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହୋଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons