ଲୁହା ବୋଝେଇ ଟ୍ରକକୁ ୮୭ ହଜାର ଜରିମାନା

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ଲୁହା ନେଇ ଯାଉଥିବା ଏକ ଟ୍ରକ୍ଠାରୁ ମଙ୍ଗଳବାର ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୮୭ ହଜାର ୬୨୦ ଟଙ୍କା ଜରିମାନା କରାଯାଇଛି । ବିନା ପରମିଟ୍ ଏବଂ ଓଭରଲୋଡିଂ ପାଇଁ ଏହି ଜରିମାନା ଲଗା ଯାଇଥିବା ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲଠାରେ ଯାଞ୍ଚ କାର୍ଯ୍ୟ ଚାଲିଥିଲା । ଏତିକିବେଳେ ଝାଡ଼ଖଣ୍ଡରୁ ବିଶାଖାପାଟଣା ଅଭିମୁଖେ ଲୁହା ପଥର ନେଇ ଯାଉଥିବା ଟ୍ରକ୍(ଜେଏଚ୍ ୦୨-ବିଏ-୧୦୬୮) ଯାଞ୍ଚ୍ ଟିମ୍ ହାବୁଡ଼ରେ ପଡ଼ିଥିଲା । ଯାଞ୍ଚ ବେଳେ ଉକ୍ତ ଟ୍ରକ ଚାଳକଙ୍କ ନିକଟରେ ଆବଶ୍ୟକ ପରମିଟ୍ ନଥିଲା । ଏହାବ୍ୟତୀତ ଆବଶ୍ୟକତାଠାରୁ ଅଧିକ ଓଜନର ମାଲ ଉକ୍ତ ଟ୍ରକରେ ଥିଲା । ତେଣୁ ପରିବହନ କର୍ତ୍ତୃପକ୍ଷ ପରମିଟ୍ ନଥିବା ବାବଦରେ ୧୦ ହଜାର ଓ ବେଆଇନ ଭାବେ ମାଲ ପରିବହନ କରିଥିବାରୁ ୭୭ହଜାର ୬୨୦ଟଙ୍କା ଜରିମାନାର ଚାଲାଣ କାଟିଥିଲେ । ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏତେ ପରିମାଣର ଜରିମାନା ଭଦ୍ରକରେ ପ୍ରଥମ ବୋଲି କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons