ଆନନ୍ଦପୁର: ୮ କ୍ବିଣ୍ଟାଲର ଚୋରୀ ଲୁହା ରଡ଼ ଜବତ। କେନ୍ଦୁଝର ଜିଲ୍ଲା ଟାଙ୍ଗିରିଆପାଳ ଷ୍ଟେସନଠାରେ ରେଳ ବିକାଶ ନିଗମ ଅଧିନରେ କାମ ଚାଲିଛି। ସେଠାରେ ପଡି ରହିଥିବା ଲୁହା ରଡ ଚୋରୀ ହୋଇଥିଲା।
ଏ ନେଇ ଦୈତାରୀ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍ ଆରମ୍ଭ କରିଥିଲା ତନାଘନା। ବିଶେଷ ସୂତ୍ରରୁ ଚୋରଙ୍କ ସମ୍ପର୍କରେ ଖବର ପାଇ ଦୈତାରୀ ପୋଲିସ୍ ଘସିପୁରା ପୋଲିସ୍ ସହାୟତାରେ ପ୍ରଥମେ ରାମଚନ୍ଦ୍ରପୁର ଥାନା ଭଗାନଇ ଗାଁରେ ଚଢାଉ କରିଥିଲା। ଲୁହ ରଡ ଚୋରୀରେ ସଂପୃକ୍ତ ଥିବା ପ୍ରଶାନ୍ତ ସାହୁ ଓ ବଳରାମ ଦାସ ନାମକ ୨ ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଥାନାରେ ଅଟକ ରଖି ପଚରାଉଚାର କରିଥିଲା।
ଶେଷରେ ଲୁହ ରଡ ଚୋରି କରିଥିବା କଥା ୨ ଜଣ ସ୍ବୀକାର କରିଥିଲେ। ଚୋରୀ କରିବା ପରେ ଲୁହ ରଡକୁ ହସନପୁର ଟୋଲଗେଟ୍ ନିକଟରେ ଥିବା ସ୍କ୍ରାପ୍ ଗୋଦାମରେ ବିକ୍ରି କରିଥିଲେ। ଘଟଣା ସଂପର୍କରେ ଜାଣିବା ପରେ ପୋଲିସ୍ ଗୋଦାମ ଘରେ ଚଢ଼ାଉ କରିଥିଲା। ପୋଲିସ୍ର ସୂଚନା ଅନୁସାରେ ଚୋରୀ ଲୁହର ଆନୁମାନିକ ମୂଲ୍ୟ ସାଢ଼େ ୩ ଲକ୍ଷ ଟଙ୍କା ହେବ।


Comments are closed, but trackbacks and pingbacks are open.