ଲୁହା ରଡ୍ ତଳକୁ ଖସାଉଥିଲେ, ୧୧ କେଭି ବିଦୁ୍ୟତ୍ ତାରରେ ଲାଗି ଗୁରୁତର

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା କେରାଇ ଥାନାଅନ୍ତର୍ଗତ ସନ୍ତରା ଅଞ୍ଚଳରେ ଥିବା ଏକ ଗ୍ୟାସ୍ ଗୋଦାମରେ ଗତକାଲି ଅଘଟଣ ଘଟିଛି । ୧୧ କେଭି ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଗୋଦାମର ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାଁ କୁନା ପଣ୍ଡା । ସେ ଯାଜପୁର ରୋଡ୍ ଥାନା ଧବଳଗିରି ଅଞ୍ଚଳରେ । ଗୁରୁତର ଅବସ୍ଥାରେ କୁନାଙ୍କୁ ପ୍ରଥମେ ଯାଜପୁର ରେଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗତକାଲି କୁନା ଗ୍ୟାସ ଗୋଦାମର ଛାତ ୁପରେ ପଡିଥିବା ଲୁହା ରଡ୍ ତଳକୁ ଖସାଉଥିଲେ । ଏହି ସମୟରେ ସେହି ପାଖ ଦେଇ ଯାଇଥିବା ୧୧ କେଭି ବିଦୁ୍ୟତ୍ ତାର ସଂସ୍ପର୍ଶରେ ସେ ଆସିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୋରାଇ ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons