ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ପରମଜିତ୍ ସିଂ ଭାରତୀୟ ସ୍ଥଳସେନାର ସାମରିକ କାର୍ଯ୍ୟାନୁଷ୍ଠାନ ବିଭାଗର ନୂଆ ମହାନିର୍ଦ୍ଦେଶକ(ଡିଜିଏମଓ) ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏବେ ଡିଜିଏମଓ ଥିବା ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନଙ୍କ ସ୍ଥାନ ନେବେ । ଆସନ୍ତା ଅକ୍ଟୋବର ୧୫ରୁ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ଲେଫ୍ଟନାଣ୍ଟ ଜେନେରାଲ ପରମଜିତ୍ ସିଂ ଏବେ ଜମ୍ମୁ-କାଶ୍ମୀରର ନାଗ୍ରୋଟା ସ୍ଥିତ ସେନା କର୍ପସର କମାଣ୍ଡିଂ ଅଫିସର ଭାବେ ନିୟୋଜିତ ଅଛନ୍ତି । ରାଜ୍ୟରେ ଆତଙ୍କବାଦୀ ବିରୋଧୀ ଅଭିଯାନର ନେତୃତ୍ୱ ନେବାରେ ସିଂଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ତା’ଛଡା ୨୦୧୬ ସେପ୍ଟେମ୍ବରରେ ପିଓକେରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ଲାନିଂ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଅନ୍ୟପଟରେ ଏବେ ଡିଜିଏମଓ ଥିବା ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନଙ୍କୁ ସେନାର ପୂର୍ବ କମାଣ୍ଡର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି ।
Comments are closed, but trackbacks and pingbacks are open.