ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଲୋକଙ୍କୁ ସାମାଜିକ ଦୂରତା ପାଠ ପଢ଼ାଇବ ଡ୍ରୋନ୍ । କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ଲୋକଙ୍କୁ ସଚେତନ କରିବ କମିଶନରେଟ ପୋଲିସ । ଏପରି ଡ୍ରୋନ୍ ମାଧ୍ୟମରେ ପ୍ରଚାର କରାଯିବ ଓ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ବୁଝାଯିବ । ଆଜି ସେଥିପାଇଁ ଡ୍ରୋନ୍କୁ ଷ୍ଟେଟ କରାଯାଇଛି । କମିଶନରେଟ କାର୍ଯ୍ୟାଳୟରେ ପୋଲିସ କମିଶନରଙ୍କ ସମେତ ଅନ୍ୟ ବରିÂ ଅଧିକାରୀ ଆଜି ଡ୍ରୋନ୍ ଯାଞ୍ଚ କରିଛନ୍ତି । ଡ୍ରୋନ୍ରେ ଏକ ସ୍ପିକର ରହିଛି । ଯାହା ଦ୍ୱାରା ଲୋକଙ୍କୁ ଏନେଇ ସଚେତନ କରାଯିବ । ଗହଳି ଥିବା ଅଞ୍ଚଳ ଓ ଟ୍ରାଫିକ୍ ପୋଷ୍ଟ ଅଞ୍ଚଳରେ ଡ୍ରୋନ୍ ସଚେତନ କରିବ । ବିୋଷ ଭାବେ ଏଣେ ତେଣେ ଛେପ ନପକାଇବା , ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ନେଇ ସଚେତନ କରିବ ଡ୍ରୋନ୍ । ସେପଟେ ଭୁବନେଶ୍ୱରରେ ଆରମ୍ଭ ହୋଇଛି କରୋନା ସଚେତନତା ରଥ । କରୋନା ନେଇ ଲୋକେ କିଭଳି ସତର୍କ ରହିବେ ସେ ନେଇ ଲୋକଙ୍କୁ ସଚେତନ କରିବ ଏହି ରଥ ଆଜି ଟ୍ରାଫିକ୍ ଡିସିପି ସାଗରିକା ନାଥ ଏହି ରଥକୁ ଉନ୍ମୋଚନ କରିଛନ୍ତି । ମୁଖ୍ୟତଃ ଟ୍ରାଫିକ୍ ସିଗନାଲ୍, ମାର୍କେଟ ଅଞ୍ଚଳରେ ଭିଡ ନ କରିବାକୁ ଲୋକଙ୍କୁ ବୁଝାଯିବ । ଏହା ସହ ମାସ୍କ କିପରି ଲୋକ ପିନ୍ଧିବେ ସେ ନେଇ ସଚେତନ କରାଯିବ ।


Comments are closed, but trackbacks and pingbacks are open.