ଭୁବନେଶ୍ୱର,(ବି.ବି.ବୁ୍ୟରୋ): “ପରିବାର ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୋର ବି ଗୋଟିଏ ପରିବାର ଅଛି । ସାଢେ଼ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋ’ ପରିବାର । ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣ । ବରିÂ ଅଧିକାରୀଙ୍କ ସମ୍ମିଳନୀରେ ଆଜି ଏଭଳି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରାଜ୍ୟ ଓ ଜିଲ୍ଲାସ୍ତରୀୟ ବରିÂ ଅଧିକାରୀଙ୍କଠାରୁ ମତାମତ ଓ ପ୍ରସ୍ତାବ ଆହ୍ୱାନ କରିଛନ୍ତି । ସେ କହିଛନ୍ତି, ତୃଣମୂଳ ସ୍ତରରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଆଉ କ’ଣ କରିହେବ, ସେ ନେଇ ପ୍ରତ୍ୟେକ ଅଫିସର ଗେମ୍ ଚେଞ୍ଜିଂ ପ୍ରସ୍ତାବ ଓ ମତାମତ ଦିଅ । ଅନୁ୍ୟନ ଗୋଟିଏ ଲେଖାଏଁ ପ୍ରସ୍ତାବ ଦେବା ଲାଗି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ଲୋକସେବା ଭବନର ନୂତନ କନଭେନସନ୍ ସେଣ୍ଟରରେ ଆଜି ପ୍ରଥମ କରି ବରିÂ ଅଧିକାରୀମାନଙ୍କ ସମ୍ମିଳନୀ ଆୟୋଜିତ ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କଠାରୁ ନେଇ ଅତିରିକ୍ତ ମୁଖ୍ୟ ସଚିବ, ସଚିବ, ଯୁଗ୍ମ ସଚିବ, ଅତିରିକ୍ତ ସଚିବ, ୩୦ ଜିଲ୍ଲାପାଳଙ୍କ ସମେତ ସମସ୍ତ ଆଇଏଏସ୍ ଅଧିକାରୀ ଉପସ୍ଥିତ ଥିଲେ । ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବରିÂ ଅଧିକାରୀମାନଙ୍କୁ ନବୀନ ପଢ଼ାଇଥିଲେ କର୍ତ୍ତବ୍ୟ ଓ ନିÂାର ପାଠ ।
ଚିରାଚରିତ ଭାଷଣରୁ ଭିନ୍ନ ଥିଲା ମୁଖ୍ୟମନ୍ତ୍ରୀଙ୍କ ଆଜିର କଥା । ବେଶ୍ ଭାବାବେଗ ସହ ଅତି ସରଳ ଭାଷାରେ ଅଫିସରମାନଙ୍କୁ ନବୀନ ଦେଇଥିଲେ ଗୁରୁମନ୍ତ୍ର । ସେ କହିଲେ, ସମସ୍ତେ ଚାହାନ୍ତି ନିଜ ପରିବାରର ପିଲାମାନେ ଭଲ ପାଠ ପଢ଼ନ୍ତୁ । ନିଜ ଭାଇଭଉଣୀମାନେ ଭଲ ଚାକିରି କରନ୍ତୁ । ବାପା, ମା’ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ମିଳୁ । ମୋ’ ପରିବାର ହେଉଛନ୍ତି ଓଡ଼ିଶାବାସୀ । ସେମାନଙ୍କ ଆଶିର୍ବାଦରେ ୨୦ ବର୍ଷ ହେଲାଣି ରାଜ୍ୟର ସେବା କରି ଆସୁଛି ।

ପରେ ମୁଖ୍ୟମନ୍ତ୍ରୀ କହିଲେ, ମୁଁ ଚାହେଁ, ଆମ ରାଜ୍ୟର ସମସ୍ତ ପିଲା ଗୁଣାତ୍ମକ ଶିକ୍ଷା ପାଆନ୍ତୁ । ଆମ ଭାଇଭଉଣୀ ଭଲ ଚାକିରି କରନ୍ତୁ । ବରିÂମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଆନ୍ତୁ ।
ବରିÂ ଅଧିକାରୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ଆପଣମାନେ ସମସ୍ତେ ପରିବର୍ତ୍ତନର ଏହି ଧାରାର ମୁଖ୍ୟ ବାହକ । ମୁଁ ନିଶ୍ଚିତ ଯେ ଏହି ସମ୍ମିଳନୀ ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବ । “ମୋ ସରକାର”ର ମୁଖବନ୍ଧରେ ଆମ ପ୍ରଶାସନର ବିଶେଷତ୍ୱ ପ୍ରତିଫଳିତ ହୋଇଛି ।
ଏହି ଅବସରରେ ସମସ୍ତ ବରିÂ ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱର ମିଳାଇ ଅଧିକାରୀମାନେ କହିଥିଲେ, ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁÂାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତୀକରଣ ପାଇଁ ସୃଷ୍ଟି କରାଯାଇଛି । ଥାନା, ଡାକ୍ତରଖାନା ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି । ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରାଯିବ । ବୃତ୍ତିଗତ ଓ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଲୋକମାନେ ହେଉଛନ୍ତି ପ୍ରକୃତ ସରକାର । ଶେଷରେ ସେ କହିଥିଲେ, ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି । ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ବରିÂ ଅଧିକାରୀ ପରସ୍ପର ସହ ମତ ବିନିମୟ ଓ ଆଲୋଚନାକ୍ରମେ ଓଡ଼ିଶାର ପରିବର୍ତ୍ତନରେ ଅଂଶୀଦାର ହୋଇପାରିବେ ।
ସମ୍ମିଳନୀର ଉଦେ୍ଧଶ୍ୟ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ୯୯ ମହାବାତ୍ୟା ପରେ ପରେ ବିଭିନ୍ନ ଆହ୍ୱାନକୁ ସାମ୍ନା କରି ଗତ ୨୦ ବର୍ଷ ଧରି ଓଡ଼ିଶା ବିକାଶ ଯାତ୍ରା ଜାରି ରଖିଛି । ତେବେ ଆଗାମୀ ୫ରୁ ୧୦ ବର୍ଷ ଭିତରେ ଆମ ସାମ୍ନାରେ ଦ୍ରୁତ ଶିଳ୍ପାୟନ, ସହରୀକରଣ, ପରିବହନ ବ୍ୟବସ୍ଥା, ଜଳବାୟୁ ପରିବର୍ତ୍ତନ, ବର୍ଜ୍ୟବସ୍ତୁ ପରିଚାଳନା ଆଦି ଅନେକ ଆହ୍ୱାନ ରହିଛି । ଏହାକୁ ମୁକାବିଲା କରି ଆଗକୁ ବଢ଼ିବା ପାଇଁ ଏହି ସମ୍ମିଳନୀରୁ ଅଧିକାରୀମାନେ ବହୁତ କିଛି ଶିଖିବାକୁ ପାଇବେ । ସମସ୍ତ ଅଧିକାରୀମାନଙ୍କ ମତାମତ ଓ ସମ୍ମିଳନୀର ନିର୍ଯାସକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ।

ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଂସଦୀୟ ବ୍ୟାପାର ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ନେଇ ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉନ୍ନୟନ କମିଶନର ସୁରେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । କୃଷି ଉପôାଦନ କମିଶନର ପ୍ରଦୀପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ବିଭିନ୍ନ ଅଧିବେଶନ ଅନୁÂିତ ହୋଇଥିଲା । ‘ନୂତନ ବୈଷୟିକ କୌଶଳ ଓ ଉଦ୍ଭାବନ’ ଶୀର୍ଷକ ଅଧିବେଶନକୁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କେ.ମୀନା ପରିଚାଳନା କରିଥିଲେ । ଏହା ପରବର୍ତ୍ତୀ ଅଧିବେଶନରେ କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଲ କୁମାର ଦେବ ଅଧିକାରୀମାନଙ୍କୁ ମାର୍ଗଦର୍ଶନ କରାଇଥିଲେ ।
ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ‘ଅଭିବୃଦ୍ଧି ପାଇଁ ଭିତ୍ତିଭୂମି ସୁଦୃଢ଼ୀକରଣ’ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟର ଭବିଷ୍ୟତ ସହରଗୁଡ଼ିକର ନିରନ୍ତର ଓ ସାମଗ୍ରିକ ବିକାଶ ଶୀର୍ଷକ ଅଧିବେଶନକୁ ନଗର ଉନ୍ନୟନ ବିଭାଗର ଶାସନ ସଚିବ ଜି.ମାଥିଭାଥନାନ୍ ପରିଚାଳନା କରିଥିଲେ । ସାମଗ୍ରିକ ଅଭିବୃଦ୍ଧି ସମ୍ପର୍କିତ ଅଧିବେଶନରେ ମହିଳା ଓ ଶିଶୁକଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଲୋଚନା କରିଥିଲେ । ଦ୍ୱିତୀୟାର୍ଦ୍ଧ ଅଧିବେଶନରେ ଜୀବନ ଜୀବିକା ସମସ୍ୟା, ସ୍ୱାସ୍ଥ୍ୟ ଓ ଗଣଶିକ୍ଷା, ମହିଳା ସଶକ୍ତିକରଣ, ଜିଲ୍ଲା ସ୍ତରରେ ପ୍ରଶାସନିକ ଚାଲେଞ୍ଜ ବାବଦରେ ଆଲୋଚନା ହୋଇଥିଲା । ଅପରାହ୍ନ ଅଧିବେଶନରେ ଜିଲ୍ଲାପାଳମାନେ ବିଭିନ୍ନ ଯୋଜନା ନେଇ ନିଜ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ । ସମ୍ମିଳନୀର ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମ ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟ୍ରେ ଅନୁÂିତ ହେବ । ଲୋକଙ୍କୁ ସଶକ୍ତ କରିବା, ନାଗରିକ କେନ୍ଦ୍ରିକ ପ୍ରଶାସନ ଉପରେ ଆସନ୍ତାକାଲି ଆଲୋଚନା ହେବ ।
Comments are closed, but trackbacks and pingbacks are open.