ଲୋକସମ୍ପର୍କ ଅଧିକାରୀ ବିକାଶ ଧାରାକୁ ତ୍ୱରାନିତ କରନ୍ତୁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବୈଷୟିକ ଜ୍ଞାନକୌଶଳ ଧୀରେ ଧୀରେ ଉନ୍ନତି ହେବାର ଲାଗିଛି । ତା’ସହିତ ରାଜ୍ୟରେ ବିଭିନ୍ନସ୍ତରରେ କାର୍ଯ୍ୟ କରୁଥିବା ଲୋକ ସମ୍ପର୍କ ଅଧିକାରୀମାନଙ୍କ ନିକଟରେ ବି ବିଜ୍ଞତା ରହିଛି । ସେଥିପାଇଁ ବୈଷୟିକ ଜ୍ଞାନକୌଶଳ ସହ ବିଜ୍ଞତାର ଉପଯୋଗ କରି କାର୍ଯ୍ୟ କଲେ ରାଜ୍ୟ ବିକାଶର ଧାରା ତ୍ୱରାନ୍ୱିତ ହେଇ ପାରିବ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି । ଏହି ବିଭାଗ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭାଗ ପକ୍ଷରୁ ଆୟୋଜିତ ‘ନୂଆବର୍ଷ-୨୦୨୦ ଅଭିନନ୍ଦନ’ ଉତ୍ସବରେ ଯୋଗଦେଇ ଶ୍ରୀ ଦାସ ଏମିତି ମନ୍ତବ୍ୟ ଦେଇଥିଲେ ।
କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ସଞ୍ଜୟ କୁମାର ସିଂହ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନବବର୍ଷର ସ୍ୱାଗତ ଜଣାଇ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମିଶନ୍ ମୋଡରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ପଡ଼ିବ ବୋଲି ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫ଟି ମାଧ୍ୟମରେ ସାଧାରଣ ନାଗରିକଙ୍କ ସହିତ ବିଭାଗୀୟ ପଦୋନ୍ନତି ତ୍ୱରାନ୍ୱିତ ହେବା ଦ୍ୱାରା ସରକାରୀ କର୍ମଚାରୀମାନେ ମଧ୍ୟ ଉପକୃତ ହେଉଛନ୍ତି । ତେଣୁ ଅଧିକାରୀ ମାନେ ଦାୟିତ୍ୱ ସମ୍ପନ୍ନ ଓ ପ୍ରତିବଦ୍ଧିତାର ସହ କାର୍ଯ୍ୟକରିବା ଉଚିତ ବୋଲି ସଚିବ କହିଥିଲେ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ, ବିଭାଗୀୟ ନିଦେ୍ର୍ଧଶକ କୃପାସିନ୍ଧୁ ମିଶ୍ର, ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ଲେନିନ୍ ମହାନ୍ତି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦେ୍ର୍ଧଶକ ନିରଞ୍ଜନ ସେଠୀ, ଯୁଗ୍ମ ନିଦେ୍ର୍ଧଶକ ବିପିନ ବିହାରୀ ବାରିକ, ଉପଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ସହକାରୀ ଉପବିଭାଗ ଅଧିକାରୀ ଜୟସ୍ମିତା ଜେନା ପରିଚାଳନା କରିଥିବା ବେଳେ ଏଏସ୍ଓ ପ୍ରିୟଙ୍କା ମହାପାତ୍ର, ଅର୍ପିତା ପ୍ରିୟଦର୍ଶନୀ, ସ୍ନେହଲତା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons