ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଖିଝଲସା ବିଲ୍ଡିଂ । ଚକାଚକ୍ ବ୍ୟବସ୍ଥା । ତାରକା ହୋଟେଲ ଭଳି ଚମକୁଛି ଲୋକସେବା ଭବନର ଅତ୍ୟାଧୁନିକ କନ୍ଭେନସନ୍ ସେଣ୍ଟର । ଏହି ନୂତନ କନ୍ଭେନସନ୍ ସେଣ୍ଟରକୁ ଆଜି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପଞ୍ଚାୟତିରାଜ ବିଭାଗ ବିଲ୍ଡିଂ ପଛ ପାଶ୍ୱର୍ରେ ଛିଡ଼ା ହୋଇଛି ଅତ୍ୟାଧୁନିକ ୨ ମହଲା କନ୍ଭେନ୍ସନ୍ ସେଣ୍ଟର । ୪୦ କୋଟି ଟଙ୍କା ବ୍ୟୟରେ ୫୧୮୦ ବର୍ଗ ମିଟର ପରିମିତ ଅଞ୍ଚଳରେ ଏହାର ନିର୍ମାଣ କରାଯାଇଛି । ଏହାର ସାମ୍ନାରେ ରହିଛି ଲ୍ୟାଣ୍ଡ୍ ସ୍କେପିଂ । ଚାରିପଟେ ସବୁଜ ବଳୟ । ଗାଡ଼ିମଟର ପାର୍କିଂ ପାଇଁ ବିସ୍ତୀର୍ଣ୍ଣ ଖାଲି ଜାଗା ସହ ଚାରିପାଶ୍ୱର୍ରେ ଖୋଲା ସ୍ଥାନ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଦ୍ୱିତଳ ପ୍ରସାଦର ତଳ ମହଲାରେ ଅଛି ୪୦୦ ଆସନ ବିଶିଷ୍ଟ ବୃହତ ଅଡିଟୋରିୟମ । ବିରାଟ ମଞ୍ଚ ସାଙ୍ଗକୁ ୩୭ ଫୁଟ ଲମ୍ବ ଓ ୨୪ ଫୁଟ ପ୍ରସ୍ଥ ବିଶିଷ୍ଟ ବୃହତ୍ ଭିଡିଓ ୱାଲ୍ ରହିଛି । ଆଜି ଉଦ୍ଘାଟନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଅଡିଟୋରିୟମରେ ବସି ଶ୍ରୀମନ୍ଦିର, ଓଡ଼ିଶା ପର୍ଯ୍ୟଟନ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଉପରେ ପ୍ରଦର୍ଶିତ ତିନୋଟି ଭିଡିଓ ଦେଖିଥିଲେ । ଏହି ଅବସରରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରେଡ୍ କାର୍ପେଟ ଓ ଫୁଲମାଳାରେ ସଜେଇ ହୋଇଥିଲା କନଭେନସନ ସେଣ୍ଟରର ପ୍ରବେଶ ଦ୍ୱାର । କନଭେନସନ ସେଣ୍ଟରର ବାହାର ହେଉ କି ଭିତର ପାଶ୍ୱର୍, ଯିଏ ଦେଖୁଥିଲା ଆଖି ଲାଖି ଯାଉଥିଲା । ତଳ ମହଲାରେ ଥିବା ଅଡିଟୋରିୟମର ପ୍ରତି ସିଟ୍ ସାମ୍ନା ଟେବୁଲରେ ମାଇକ୍ରୋଫୋନ୍ ଖଞ୍ଜାଯାଇଛି । ବିଭିନ୍ନ ଦିଗରେ ପ୍ରବେଶ ଦ୍ୱାର ରହିଛି । ତଳ ମହଲାରେ ୮୦-୯୦ ଆସନ ବିଶିଷ୍ଟ ବଙ୍କେଟ୍ ହଲ୍, ୬୦ ଆସନ ବିଶିଷ୍ଟ ବ୍ରେକ୍ ଆଉଟ୍ ସ୍ପେଶ୍ ଓ ସୁସଜ୍ଜିତ ଭିଆଇପି ଲାଉଞ୍ଜ୍ ରହିଛି । ଏଥିସହିତ କନଭେନସନ୍ ସେଣ୍ଟରର ପ୍ରଥମ ମହଲାରେ ୩ଟି ସମ୍ମିଳନୀ କକ୍ଷ ରଖାଯାଇଛି । ୧୦୦ ଆସନ ବିଶିଷ୍ଟ ଏକ ସମ୍ମିଳନୀ କକ୍ଷ ଥିବାବେଳେ ଅନ୍ୟ ଦୁଇଟି ୩୦ ଆସନ ବିଶିଷ୍ଟ ଓ ୧୫ ଆସନ ବିଶିଷ୍ଟ ପୃଥକ୍ ପୃଥକ୍ ସମ୍ମିଳନୀ କକ୍ଷ ରହିଛି । ଉଭୟ ତଳ ମହଲା ଓ ପ୍ରଥମ ମହଲାରେ ଭୋଜନାଳୟ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖାଯାଇଛି ।
ଏହି ସେଣ୍ଟରରେ ଦୁଇଟି ଗ୍ରୀନ୍ ରୁମ୍, କଣ୍ଟେ୍ରାଲ ରୁମ୍, ମେଡିକଲ ରୁମ୍, ରେକର୍ଡ ରୁମ୍, ପ୍ରେସ୍ ଲାଉଞ୍ଜ ସହିତ ଅଫିସ ଓ ଗଣମାଧ୍ୟମକୁ ସୂଚନା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ସୁବିଧା ପାଇଁ ଦୁଇଟି ଲିଫ୍ଟ ରହିଛି । ସୁଦୃଢ଼ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି । କନଭେନସନ୍ ସେଣ୍ଟରରେ ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା ସହ ଭିତର ଓ ବାହାରେ ସବୁଜ ବଳୟ ଓ ଲ୍ୟାଣ୍ଡ୍ସ୍କେପିଂ କରାଯାଇଛି । ର୍ୟାମ୍ପ୍ ଓ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କ୍ରମେ କନଭେନସନ୍ ସେଣ୍ଟରକୁ ଭିନ୍ନକ୍ଷମ ଅନୁକୂଳ କରାଯାଇଛି ।
Comments are closed, but trackbacks and pingbacks are open.