ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଟକ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀଗୃହକୁ ସ୍ମାର୍ଟ କ୍ଲାସରୁମ୍ର ରୂପ ଦିଆଯାଇଛି । ୮ଟି କେନ୍ଦ୍ରୀୟ ବିଦ୍ୟାଳୟର ୧୮୪ ଶ୍ରେଣୀଗୃହରେ ଅତ୍ୟାଧୁନିକ ଡିଜିଟାଲ ଲର୍ଣ୍ଣିଂ ଉପକରଣ ଖଞ୍ଜାଯାଇଛି । ବ୍ଲାକ୍ ବୋର୍ଡ ବଦଳରେ ଡିଜିଟାଲ ସ୍କ୍ରିନ୍ ଲାଗିଛି । ପିଲାଙ୍କୁ ଟେକ୍ନୋଲୋଜି ସହ ଅଭ୍ୟସ୍ତ କରାଇବାକୁ ଅନେକ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସ୍ମାର୍ଟ ବା ଇ କ୍ଲାସରୁମ୍କୁ ଲୋକାର୍ପଣ କରିଛନ୍ତି ।
ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଏହି ଇ-କ୍ଲାସରୁମ୍ ପ୍ରକଳ୍ପ ଲୋକାର୍ପିତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଏନ୍ଜିସି ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଓଡ଼ିଶାର ୧୪୮ଟି ଶ୍ରେଣୀ ଗୃହକୁ ଇ-କ୍ଲାସରୁମ୍ କରିବାକୁ ଓଏନ୍ଜିସି ୪କୋଟି ଟଙ୍କା ଖର୍ଚ୍ଚ କରିଛି । କଟକ, ଖୋର୍ଦ୍ଧା ଓ ଭୁବନେଶ୍ୱରର ୧୨ହଜାର ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହେବେ । ସ୍ମାର୍ଟ କ୍ଲାସ ରୁମ୍ ମାଧ୍ୟମରେ ସେମାନେ ବିଶ୍ୱସ୍ତରୀୟ ମାନର ଶିକ୍ଷା ପାଇପାରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଏହି ଅବସରରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବର୍ଜନ କରି ମୋଦିଙ୍କୁ ଜନ୍ମଦିନର ଭେଟି ଦେବାକୁ ଧର୍ମେନ୍ଦ୍ର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହଛନ୍ତି, ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଏପିଜେ ଅବଦୁଲ କଲାମ୍, ପ୍ରଧାନମନ୍ତ୍ରୀ ମୋଦି ଓ ଇସ୍ରୋର ନିଦେ୍ର୍ଧଶକ କେ.ଶିବନ୍ ବିଶ୍ୱରେ ନିଜକୁ ପ୍ରତିÂିତ କରିଛନ୍ତି । ସେମାନେ ଦାରିଦ୍ର୍ୟ ଭିତରେ ସଂଘର୍ଷ କରି ନିଜର ଶ୍ରେÂତ୍ୱକୁ ପ୍ରତିପାଦିତ କରିଛନ୍ତି । ସ୍ମାର୍ଟ କ୍ଲାସ ରୁମ୍କୁ ଉପଯୋଗ କରି ଛାତ୍ରଛାତ୍ରୀମାନେ ନିଜକୁ ଶ୍ରେÂ ପ୍ରମାଣ କରିବାରେ ସଫଳ ହେବେ ବୋଲି ସେ କହିଥିଲେ ।
ଜଣେ ମାଛ ବିକାଳୀର ପୁଅ ସ୍ୱର୍ଗତଃ ଏପିଜେ ଅବଦୁଲ କଲାମ୍ ସାଧାରଣ ସ୍କୁଲରେ ପଢ଼ି ଦେଶର ବଡ଼ ବୈଜ୍ଞାନିକ ହୋଇଥିଲେ । ଏବେ ଚର୍ଚ୍ଚିତ ଚେହେରା ଥିବା ଚାଷୀର ପୁଅ ଇସ୍ରୋର ଅଧ୍ୟକ୍ଷ କେ ଶିବନଙ୍କୁ ବିଶ୍ୱ ସ୍ୱୀକୃତି ଦେଇଛି । ଚା’ ବିକାଳିର ପୁଅ ସାଧାରଣ ସ୍କୁଲରେ ଗୁଜୁରାଟି ଭାଷାରେ ପାଠ ପଢ଼ି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଏଥିରୁ ପ୍ରେରିତ ହୁଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ବିଦ୍ୟା ଦାନଠାରୁ ପୂଣ୍ୟ କାମ ନାହିଁ । ବିଦ୍ୟା ଏକ ତତ୍ତ୍ୱ, ବିଜ୍ଞାନ ଓ ସଂସ୍କାର । ଏହାକୁ ନୂଆପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାଠାରୁ ଆଉ କୌଣସି ପୂଣ୍ୟ କାମ ନାହିଁ । ଦେଶରେ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ କରିବାର ଆବଶ୍ୟକତା ଅଛି ବୋଲି
ଧର୍ମେନ୍ଦ୍ର କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ତାଙ୍କ ବାଲ୍ୟଜୀବନୀକୁ ନେଇ ଆଧାରିତ ‘ଚଲୋ ଜିତେ ହୈଁ’ ଚଳଚ୍ଚିତ୍ର ଦେଖିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, କ୍ଲାସରୁମ୍ରେ ପିଲାଙ୍କୁ ୪୫ମିନିଟ୍ ପାଠ ପଢ଼ାଇବା କାମ ହେଉଛି ଦେଶ ନିର୍ମାଣ ପାଇଁ ସବୁଠୁ ମୂଲ୍ୟବାନ ଓ ମହତ୍ତ୍ୱପୂର୍ଣ୍ଣ କାମ । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସାଂସଦ ଅଶ୍ୱିନୀ ବୈଷ୍ଣବ, ବିଧାୟକ ସୁରେଶ ରାଉତରାୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.