ଲୋକାର୍ପଣ କଲେ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଚଣ୍ଡିଗଡ଼ଠାରେ ବିଦୁ୍ୟତ୍ଚାଳିତ ଗାଡ଼ି ପାଇଁ ବ୍ୟାଟେରି ସ୍ୱାପିଂ ସୁବିଧା ଏବଂ କୁଇକ୍ ଇଣ୍ଟରଚେଞ୍ଜ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଉତ୍ସବରେ ପଞ୍ଜାବର ରାଜ୍ୟପାଳ ଭି. ପି ସିଂହ ବଦ୍ନୋର ଉପସ୍ଥିତ ଥିଲେ ।
ଇଣ୍ଡିଆନ୍ ଅଏଲ ଏବଂ ସନ୍ ମୋବିଲିଟିର ମିଳିତ ଉଦ୍ୟମରେ ଏହା ନିର୍ମାଣ ହୋଇଛି । ଏହି ଷ୍ଟେସନରେ ବିଦୁ୍ୟତ୍ଚାଳିତ ଗାଡ଼ିର ସରିଯାଇଥିବା ବ୍ୟାଟେରିକୁ ବଦଳାଇ ଗ୍ରାହକମାନେ ଚାର୍ଜ ହୋଇଥିବା ବ୍ୟାଟେରି ନେଇପାରିବେ । ପ୍ରଥମ ପର୍ଯ୍ୟାୟରେ ଚଣ୍ଡିଗଡ଼ ଏବଂ ଅନ୍ୟ ୨୦ଟି ସହରର ଏହିଭଳି ଷ୍ଟେସନର ପ୍ରତିÂା କରାଯାଇଛି । ବିଦୁ୍ୟତ୍ଚାଳିତ ଗାଡ଼ିର ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଏହାଦ୍ୱାରା ହ୍ରାସ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଜଳବାୟୁ ପରିବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ । ବ୍ୟାଟେରି ସ୍ୱାପିଂ ସୁବିଧାର ଲୋକାର୍ପଣ ଏ ଦିଗରେ ବଡ଼ ପଦକ୍ଷେପ ଏବଂ ଦେଶର ଅର୍ଥନୀତିକୁ ମଧ୍ୟ ଏହା ବଢ଼ାଇବ । ଆଗାମୀ ଦିନରେ ଭାରତ ଉର୍ଜ୍ଜା କ୍ଷେତ୍ରରେ ପରିବର୍ତ୍ତନର ରାସ୍ତା ନିଜେ ବାହାର କରିବ ।
ଭାରତ ସରକାରଙ୍କ ତୈଳ ଓ ଗ୍ୟାସ କମ୍ପାନି ଟେକ୍ନୋଲୋଜି ମାଧ୍ୟମରେ ନାଗରିକମାନଙ୍କୁ ସ୍ଥାୟୀ, ସୁବିଧାଜନକ ଓ ସୁଲଭ ଉର୍ଜ୍ଜା ପ୍ରଦାନ କରି ଆତ୍ମନିର୍ଭର ଭାରତ ଅଭିଯାନକୁ ମଜବୁତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons