ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଅନେକ ଉପାନ୍ତ ଅଞ୍ଚଳ ରହିଛି । ଯେଉଁଠାରେ ଗରିବ ଶ୍ରେଣୀର ପିଲାମାନଙ୍କ ପାଖରେ ନା ଆଣ୍ଡ୍ରଏଡ୍ ମୋବାଲଇ ଅଛି ନା ଇଣ୍ଟରନେଟ୍ ପାଇଁ ଟଙ୍କା । ଊରନେକଙ୍କ ପାଖରେ ମୋବାଇଲ୍ ଥିଲେ ମଧ୍ୟ ନେଟ୍ୱାର୍କ ସମସ୍ୟା ରହିଛି । ଏଭଳି କ୍ଷେତ୍ରରେ ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଧରାକୋଟ ମୁଣ୍ଡମରାଇ ଗ୍ରାମ ଦେଓପାଟଣା ସ୍କୁଲର ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ଲୋକାଲ ଟିଭି ଚାନେଲ୍ରେ ଶିକ୍ଷାଦାନ କରୁଛନ୍ତି । ପିଲାମାନେ ଘରେ ବସି ପାଠ ପଢ଼ୁଛନ୍ତି । ଆଉ ମୋବାଇଲ୍ ଦରକାର ପଡୁ ନାହିଁ କି ନେଟ୍ ପ୍ୟାକ୍ ।
କରୋନା କାଳରେ ସ୍କୁଲ, କଲେଜ ବନ୍ଦ ରହିବା ସହ ଅନ୍ଲାଇନ୍ରେ ପାଠ ଦାନ ପାଇଁ ନିଦେ୍ର୍ଧଶ ରହିଛି । ପିଲାମାନଙ୍କ ପାଠପଢ଼ାରେ କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ୟୁ ଟୁ୍ୟବ୍ରେ ପଢ଼ାଇବାକୁ ଘୋଷଣା କରାଯାଇଥିଲା । ଅନେକ ପିଲା ଏହି ଶିକ୍ଷାଦାନରୁ ବଞ୍ଚିତ ହେଲେ । ଧରାକୋଟ ବ୍ଲକର ୭ଟି ପଞ୍ଚାୟତରେ ପ୍ରାୟ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ୍ ନାହିଁ । ଯଦି କାହା ପାଖରେ ଅଛି ତେବେ ନେଟ୍ୱାର୍କ ସମସ୍ୟା ସାଙ୍ଗକୁ ରିଚାର୍ଜ ପାଇଁ ଟଙ୍କା ଅଭାବ । ଅନେକ ଲୋକ ରୋଜଗାର ହରାଇ ଘରେ ବସି ରହିଛନ୍ତି । ଏଭଳି କ୍ଷେତ୍ରରେ ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ଏକ ଅଭିନବ ଉପାୟ ଆରମ୍ଭ କରିଛନ୍ତି । ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ଇଲୋକଟ୍ରନିକ୍ ସାମଗ୍ରୀ କିଣିଛନ୍ତି । ପିଲାମାନଙ୍କୁ ପଢ଼ାଇବାକୁ ଏବଂ ବୁଝେଇବାକୁ ନେଇ ଏକ ଟାବ୍ଲେଟ୍ କିଣିଛନ୍ତି । ଲୋକାଲ ଟିଭି ଚ୍ୟାନେଲ୍ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି । ମୋବାଇଲ୍ରୁ ବଞ୍ଚିତ ହେଉଥିବା ପିଲାମାନେ ଏବେ ଟିଭି ମାଧ୍ୟମରେ ପଢ଼ୁଛନ୍ତି । ଅତ୍ୟନ୍ତ ଗରିବ ଏବଂ ଉପାନ୍ତ ଅଞ୍ଚଳରେ ରହୁଥିବା ବିଦ୍ୟାର୍ଥୀ ପାଠପଢ଼ାର ସୁବିଧା ପାଇପାରିଛନ୍ତି । ପ୍ରାୟ ୪ ହଜାର ଛାତ୍ରଛାତ୍ରୀ ଏଥିରେ କ୍ଲାସ କରୁଛନ୍ତି । ସକାଳ ୧୦ରୁ ୧୦.୩୦ ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ, ୧୦.୩୦ରୁ ୧୧ ପର୍ଯ୍ୟନ୍ତ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପଢ଼ାଉଛନ୍ତି । ଯାହାକି ସିଧା ପ୍ରସାରଣ ହୋଇପାରୁଛି । ପ୍ରଧାନଶିକ୍ଷକଙ୍କ ଏଭଳି ଅଭିନବ ଉପାୟରେ ଶିକ୍ଷାଦାନକୁ ନେଇ ପ୍ରଶଂସାର ସୁଅ ଛୁଟିଛି । ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ କହିଛନ୍ତି େଯେ- ନିଶ୍ଚିତ ଭାବେ ଏହା ଏକ ଭଲ ଖବର । ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷାଦାନ କ୍ଷେତ୍ରରେ ନିଆରା ପ୍ରୟୋଗ କରିବା ଉତ୍ସାହପ୍ରଦ । ତେବେ ମୁଁ ଏ ସମ୍ପର୍କରେ ଅବଗତ ନାହିଁ । ନିଶ୍ଚିତ ଭାବେ ସମ୍ପୃକ୍ତ ଶିକ୍ଷକଙ୍କ ବାବଦରେ ବୁଝିବ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.