ଜୟପୁର: ସ୍ଥାନୀୟ ଲାଲ୍ସାହି ବ୍ୟାଙ୍କ କଲୋନି ଲୋକେଶ୍ୱରୀ ମନ୍ଦିରରୁ ଚୋରି ହୋଇ ଥିବା ଠାକୁରାଣୀଙ୍କ ମୁକୁଟ ଏବଂ ଛତ୍ରି ଟାଉନ ପୁଲିସ ଉଦ୍ଧାର କରିଥିଲା । ଆଜି ଠାକୁରାଣୀଙ୍କ ଅଳଙ୍କାର ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ସଞ୍ଜୟକୁମାର ମଣ୍ଡଳ ସୂଚନା ଦେଇଛନ୍ତି । ମନ୍ଦିର ପରିଚାଳନା ଟ୍ରଷ୍ଟି ଡ. ସୁରେଶ ଦାଶଙ୍କୁ ଏଏସ୍ଆଇ ବାସୁଦେବ ମାଝୀ ଏହା ଜିମା ଦେଇଛନ୍ତି ।
ସୂଚନାଥାଉକି, ଗତ ୨ ତାରିଖ ରାତିରେ ଲୋକେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିଲା । ଅଭିଯୁକ୍ତମାନେ ମନ୍ଦିର ତାଲା ଭାଙ୍ଗି ରୂପା ମୁକୁଟ ଏବଂ ଛତ୍ରି ଚୋରାଇ ନେଇଥିଲେ । ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଢେପସାହିର ସଞ୍ଜିତ ମହାନନ୍ଦିଆ(୨୫)କୁ ଗିରଫ କରାଯାଇଥିବା ବେଳେ ସୁରେନ୍ଦ୍ର ହରିଜନ ନାମକ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଚୋରି ସମ୍ପର୍କରେ ମନ୍ଦିର ପରିଚାଳନା ଟ୍ରଷ୍ଟି ଡ. ଦାଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.