ଜୟପୁର: ଜାତୀୟ ଆଇନସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣର ନିଦେ୍ର୍ଧଶରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁÂିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୋରାପୁଟ, କୋଟପାଡ, ଲକ୍ଷ୍ମୀପୁର, ବୋରିଗୁମ୍ମା, ସେମିଳିଗୁଡା ଏବଂ ଦଶମନ୍ତପୁର ବ୍ଲକ୍ରେ ଏହି ଅଦାଲତ କରାଯାଇଥିଲା । ଜୟପୁରଠାରେ ଆୟୋଜିତ ଏହି ଲୋକ ଅଦାଲତରେ ମୋଟ ୨୬୮ଟି ମାମଲାର ଫଇସଲା କରାଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ମୋଟ ୬ଟି ମୋଟର ଦୁର୍ଘଟଣା ମାମଲାରେ ୩୩ ଲକ୍ଷ ୫୫ ହଜାର, ୧୧ଟି ଫୌଜଦାରୀ, ୧୧ଟି ଚେକ୍ବାଉନ୍ସ ମାମଲାର ଫଇସଲା କରାଯାଇ ୧୭ ଲକ୍ଷ ୪୩ ହଜାର ୨୯୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ୨୪ଟି ବ୍ୟାଙ୍କ ଆଦାୟ ଋଣ ମାମଲାରେ ୩ କୋଟି ୪୨ ଲକ୍ଷ ୨୩ ହଜାର ୯୨୮ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ୨ଟି ପାରିବାରିକ ବୈବାହିକ ମାମଲା, ୧୦ଟି ଦେୱାନୀ ମାମଲା ଏବଂ ୧୫୧ଟି ଅନ୍ୟାନ୍ୟ ଫୌଜଦାରୀ ମାମଲାର ଫଇସଲା କରାଯାଇଥିଲା । ବିଭିନ୍ନ ବ୍ୟାଙ୍କ ଭାଗ ନେଇ ୩୪ଟି ଋଣ ମାମଲାର ପ୍ରାକ୍ ମକଦ୍ଧମାସ୍ତରରେ ସମାଧାନ କରାଯାଇ ୧ ଲକ୍ଷ ୧୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା । ସେହିପରି ୧୯ଟି ଦେୱାନୀ, ପାରିବାରିକ ଏବଂ ଲୋକ ଉପଯୋଗୀ ମାମଲାର ଫଇସଲା କରାଯାଇ ୧ ଲକ୍ଷ ୭୨ ହଜାର ୧୬୩ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ଲୋକ ଅଦାଲତ ବିଭିନ୍ନ ବେଞ୍ଚ ଗଠନ କରାଯାଇଥିଲା । ଜିଲ୍ଲା ଦୌରାଜଜ୍ ସୌମେନ୍ଦ୍ର କୁମାର ରାଜଗୁରୁ, ଜନଉପଯୋଗୀ ସେବାକେନ୍ଦ୍ର ଅଧ୍ୟକ୍ଷ ସରୋଜ କୁମାର ସାହୁ, ଭିଜିଲାନ୍ସ ଜଜ୍ ରାଜେଶ ଏକ୍କା, ଅତିରିକ୍ତ ଜିଲ୍ଲା ଜଜ୍ ରାଜେଶ ନାୟର, ସିଜେଏମ୍ ପ୍ରଣତୀ ପଟ୍ଟନାୟକ, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର୍ ଶରତ କୁମାର ଜେନା, ବରିÂ ଦେୱାନୀ ବିଚାରପତି ମୁଶରାତ ଜାହିନ୍, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶୁଭଗୌତମ ମିଶ୍ର, ମହିଳା କୋର୍ଟ ବିଚାରପତି ଅଞ୍ଜଳି ମାଛଖଣ୍ଡ, ଏସ୍ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ, ଚରଣ କୁମାର ଜେନା, ପଲ୍ଲବୀ ପ୍ରିୟଦର୍ଶିନୀ ଦାଶ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବିମଳାଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବରିÂ ଆଇନଜୀବୀ ଦାଶରଥି ପଟ୍ଟନାୟକ, ଶଶାନନ୍ଦ ମିଶ୍ର, ତ୍ରିନାଥ ସିଂହଲାଲ୍, ଲାଲମୋହନ ମିଶ୍ର, ପି.ବ୍ରହ୍ମାନନ୍ଦ ରାଓ, ତାରିଣୀ ପାଣିଗ୍ରାହୀ, ସୁନୀଲ କୁମାର ମହାନ୍ତି, ମନୋଜମାଳା ଦୀନବନ୍ଧୁ, ଡି.ଶେଷଗିରି ରାଓ, ଚିନ୍ମୟ ପଟ୍ଟନାୟକ ପ୍ରମୁଖ ମାମଲା ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ବିଚାରାଳୟ କର୍ମକର୍ତ୍ତା, ଜିଲ୍ଲା ଆଇନସେବା ପ୍ରାଧିକରଣ, ତାଲୁକ ଆଇନସେବା କମିଟିର ସମସ୍ତ କର୍ମଚାରୀ ଏବଂ ଓକିଲ ସଂଘର ସଦସ୍ୟ ଅଦାଲତ କାର୍ଯ୍ୟରେ ସହଯୋଗ କରିଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.