ଲୋକ ସଂପର୍କ ଭବନରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ

Get real time updates directly on you device, subscribe now.

ଭୁବନେଶ୍ୱର : ଉପଖଣ୍ଡ, ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ୟ୍ୟ କରୁଥିବା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସୂଚନା ଅଧିକାରୀ ବା ତତୂଲ୍ୟ ଅଧିକାରୀମାନେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ସେ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ହେଉ ବା ଯୋଜନାର ସଫଳ ପ୍ରଚାର ପ୍ରସାର ଏବଂ ନିର୍ବାଚନ ପରିଚାଳନା ସମୟରେ ହେଉ, ସେମାନେ ଏ ଦିଗରେ ଭଲ କାମ କରିଆସୁଅଛନ୍ତି । କିନ୍ତୁ ଅଧୁନା ବୈ÷ଷୟିକ ବିଜ୍ଞାନର ପ୍ରୟୋଗ ବଢିଛି । ରାଜ୍ୟ ସୂଚନା ଓ ଲୋକ ସଂମ୍ପର୍କ ବିଭାଗକୁ ଅଧିକ ପରିପୁଷ୍ଟ ଓ କ୍ରିୟାଶୀଳ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ସରକାରଙ୍କ ପ୍ରତି ଜନସାଧାରଣଙ୍କ ଥିବା ଆଶା ଓ ଭରସାକୁ ପୂରଣ କରିବା ଦିଗରେ ସୂଚନା ଓ ଲୋକ ସଂପର୍କ ଅଧିକାରୀମାନେ ଅଧିକ ନିଷ୍ଠା , ପ୍ରତିବଦ୍ଧତାର ସହ କାର୍ୟ୍ୟ ସଂପାଦନ କରିବାକୁ ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ ସମ୍ମିଳନୀରେ ଯୋଗଦେଇଥିବା ସମସ୍ତ ଅଧିକାରୀମାନଙ୍କୁ ବିଭାଗରେ ଥିବା ବିଭିନ୍ନ ପୁରୁଣା ଫଟୋ, ଚଳଚିତ୍ର ଓ ପ୍ରାମାଣିକ ଚଳଚିତ୍ର ଆଦିର ଡିଜିଟାଲ ସଂରକ୍ଷଣ ପାଇଁ ଆବଶ୍ୟକ ସହଯୋଗ କରିବା, ଇ-ପାଠାଗାର ସ୍ଥାପନ ଓ ପରିଚାଳନା ଏବଂ ଅନ୍ୟାନ୍ୟ ବିଭାଗୀୟ କାର୍ୟ୍ୟାବଳୀ ସଂପର୍କରେ ଅବଗତ ହେବା ସହିତ ୫-ଟି ଆଧାରରେ ତ୍ୱରିତ କାର୍ୟ୍ୟ ନିର୍ବାହ କଲେ ବିଭାଗୀୟ କାର୍ୟଶୈଳୀରେ ପରିବର୍ତ୍ତର୍ନ ଆସିବ ବୋଲି ଆଶା ବ୍ୟକ୍ତ କରି ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି । ସମ୍ମିଳନୀରେ ଯୋଗଦେଇ ବିଭାଗୀୟ କମିଶନର ଶ୍ରା ସଂଜୟ କୁମାର ସିଂହ କହିଲେ ଯେ, ଅଧୁନା ସୂଚନା ଓ ସମ୍ବାଦ ସରବରାହ କ୍ଷେତ୍ରରେ ଗଣମାଧ୍ୟମରେ ବୈ÷ପ୍ଳବିକ ପରିବର୍ତନ ଆସିଛି । ମିଡିଆର ବହୁଳ ବ୍ୟବହାର ବଢିଛି । ଲୋକଙ୍କ ଆଶା, ଆକାଙ୍କ୍ଷା ଓ ଦାବୀକୁ ଶୀଘ୍ର ପୂରଣ କରିବା ଦିଗରେ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀମାନେ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରି ବିଭାଗୀୟ କାର୍ୟ୍ୟଧାରାରେ ପରିବର୍ତ୍ତନ ଆଣିବାକୁ ଶ୍ରୀ ସିଂହ କହିଥିଲେ । ରାଜ୍ୟ ସରକାର ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନେଇ କଟକଣା ଜାରି କରିଥିବା ବେଳେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେଉଥିବା ସମସ୍ତ ସଭା, ସମିତିରେ ପ୍ଲାଷ୍ଟିକ୍ ନିର୍ମିତ ଗ୍ଲାସ, ପାଣି ବୋତଲ ଆଦି ବ୍ୟବହାର ନ କରାଯାଇ ପ୍ରତି ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ଏ ଦିଗରେ ଜିଲ୍ଲାପାଳମାନଙ୍କ ସହଯୋଗ ନେବାକୁ କହିଥିଲେ । ଅନୁଷ୍ଠିତ ସମ୍ମିଳନୀର ଥିିମ୍ ଥିଲା- “ଲୋକସଂପର୍କ ବିଭାଗୀୟ କାର୍ୟ୍ୟର ପରିସରର ବ୍ୟାପକତା ତଥା ପ୍ରଗତିଶୀଳତା” । ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଏହି ପରିପ୍ରେକ୍ଷୀରେ ବିଭାଗୀୟ କାର୍ୟ୍ୟକୁ ଉପଖଣ୍ଡରୁ ଜିଲ୍ଲାସ୍ତର ପର୍ୟ୍ୟନ୍ତ ସବୁ ଦୃଷ୍ଟିକୋଣରୁ ସଠିକ୍ ଭାବେ କାର୍ୟ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ଜନକଲ୍ୟାଣକାରୀ ଯୋଜନା ସଂପର୍କିତ ସଫଳ କାହାଣୀ ପ୍ରକାଶନ, ପ୍ରସାରଣ ଓ ପ୍ରାମାଣିକ ତଥ୍ୟ ସଂରକ୍ଷଣ ଉପରେ ସେ ଗୁରୁତ୍ୱ ଦେଇଥିଲେ । ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ବିଭାଗୀୟ ଶାସନ ସଚିବ ଶ୍ରୀ ସିଂହ, ଟେକ୍ନୋଲୋଜି ପରିବର୍ତନକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀମାନଙ୍କୁ ରାଜ୍ୟ ତଥା ଦେଶର ପ୍ରତିଷ୍ଠିତ ଅନୁଷ୍ଠାନ ମାନଙ୍କରେ ପ୍ରଶିକ୍ଷଣ ପ୍ରଦାନ, ଜିଲ୍ଲା, ଉପଖଣ୍ଡ କାର୍ୟ୍ୟାଳୟରେ ଭିତିଭୂମିର ଉନ୍ନତି, ସୂଚନା କେନ୍ଦ୍ର ଓ ପାଠାଗାରରେ ଇ-ଲାଇବ୍ରେରୀ ବ୍ୟବସ୍ଥା ଏବଂ ଇ-ଗ୍ରନ୍ଥାଗାର ସଫ୍ଟୱେର ଜରିଆରେ ସବୁପାଠାଗାରଗୁଡିକୁ ସମନ୍ୱିତ କରି ପାଠାଗାରରେ ଥିବା ସମସ୍ତ ପୁସ୍ତକଗୁଡିକୁ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ କରାଇବା, ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର, ସାମ୍ବାଦିକମାନଙ୍କ କଲ୍ୟାଣ, ଡିଜିଟାଲ ନ୍ୟୁଜ୍ ରୁମ୍, ଜିଲ୍ଲାର ପ୍ରମୁଖ ସହର ଗୁଡିକରେ ଡିଜିଟାଲ ଭିଡିଓ ୱାଲ ସ୍ଥାପନ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଉତ୍ସବ ପାଳନରେ ଅଧିକ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଅଂଶଗ୍ରହଣ ଦୃଷ୍ଟେ ଏଥିରେ ବିଭିନ୍ନ କାର୍ୟ୍ୟକ୍ରମକୁ ସାମିଲ କରାଯିବା ଆଦି ଉପରେ ଆଲୋକପାତ କରିଥିଲେ । ଶେଷରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଂଜନ ସେଠୀ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ସମସ୍ତ ଲୋକ ସଂପର୍କ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ବିଭାଗୀୟ ମନ୍ତ୍ରୀ ଓ ଶାସନ ସଚିବଙ୍କ ପରାମର୍ଶ କ୍ରମେ ଅଧିକାରୀମାନେ କାର୍ୟ୍ୟ କରିବେ ବୋଲି ଆଶା ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି, ଶ୍ରୀ ସୁବାସ ଚନ୍ଦ୍ର ସୁପକାର, ଉପ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ, ଶ୍ରୀ ପ୍ରମୋଦ କୁମାର ମଲ୍ଲିକ, ଉପ ଶାସନ ସଚିବ ଶ୍ରୀ ଦୁର୍ଗା ପ୍ରସାଦ ମହାରଣା, ଦୁର୍ୟ୍ୟୋଧନ ବେହେରା, ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଓ ବିଭାଗର ବିଭିନ୍ନ ଶାଖାର ଉପ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons