ଲ୍ୟାଣ୍ଡର ‘ବିକ୍ରମ’ର ପତ୍ତା ମିଳିଲା

Get real time updates directly on you device, subscribe now.

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ପତ୍ତା ମିଳିଛି । ଚନ୍ଦ୍ରପୃÂରେ ଏହାକୁ ଠାବ କରାଯାଇଛି । କିନ୍ତୁ ତା ସହିତ ସମ୍ପର୍କ ସ୍ଥାପନ ସମ୍ଭବ ହୋଇନାହିଁ । ଚନ୍ଦ୍ରଯାନ-୨ର ଅର୍ବିଟରରେ ଲାଗିଥିବା ଅତ୍ୟାଧୁନିକ କ୍ୟାମେରାରେ ବିକ୍ରମର ଥର୍ମାଲ ଇମେଜ ଦେଖାଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ କୁହାଯାଇଛି ।
ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଆଜି ଏଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ପାଇଁ ଯେଉଁ ଯୋଜନା ହୋଇଥିଲା ତାହା ସଫଳ ହୋଇନାହିଁ । ଏହା ହାର୍ଡ ଲ୍ୟାଣ୍ଡିଂ କରିଛି । ଯେଉଁ ଅଞ୍ଚଳରେ ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଛି ସେହିଠାରେ ହିଁ ରହିଛି । ତା ଭିତରେ ରହିଥିବା ରୋଭର ପ୍ରଜ୍ଞାନ ବାହାରି ପାରିନାହିଁ । ବିକ୍ରମ ଭିତରେ ପ୍ରଜ୍ଞାନ ସେହିଭଳି ରହିଛି । ବିକ୍ରମର ଅବସ୍ଥା କିଭଳି ଅଛି ତାହା ମଧ୍ୟ ଜାଣିବା ସମ୍ଭବ ହୋଇନାହିଁ । ତେବେ ହାର୍ଡ ଲ୍ୟାଣ୍ଡିଂ ପରେ ବିକ୍ରମ କ୍ଷତିଗ୍ରସ୍ତ ହୋଇଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଶିବନ କହିଛନ୍ତି ଏହା ଜଣାପଡିନାହିଁ । ବିକ୍ରମ ସହିତ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ ଜାରି ରହିଛି । ସେପ୍ଟେମ୍ବର ୭ ଭୋର୍ ସମୟରେ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ବିକ୍ରମକୁ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଇସ୍ରୋ ବୈଜ୍ଞାନିକମାନେ ଲକ୍ଷ୍ୟ ରଖିଥିଲେ । ହେଲେ ବିକ୍ରମ ୩୫ କି.ମି. ଉଚ୍ଚରୁ ଚନ୍ଦ୍ରପୃÂକୁ ଛୁଇଁବାର ଠିକ୍ ୬୯ ସେକେଣ୍ଡ ପୂର୍ବରୁ ତା ସହିତ ସମ୍ପର୍କ ତୁଟି ଯାଇଥିଲା । ଆଉ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା । ସେହି ସମୟରେ ବିକ୍ରମ ଚନ୍ଦ୍ରପୃÂ ଠାରୁ ୨.୧ କିଲୋମିଟର ଉପରେ ଥିଲା । ବେଙ୍ଗାଲୁରୁ ଠାରେ ଥିବା ଇସ୍ରୋ କମାଣ୍ଡ ସେଣ୍ଟରକୁ ଯେଉଁ ସବୁ ତଥ୍ୟ ମିଳିଛି ବର୍ତ୍ତମାନ ତାକୁ ଅନୁଧ୍ୟାନ କରାଯାଉଛି ବୋଲି ଶିବନ କହିଛନ୍ତି ।
କିନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ କରିବାର ସମୟ ଶେଷ ହୋଇଆସୁଛି । ଯୋଗାଯୋଗର ଆଶା ମଧ୍ୟ ବହୁତ କମ୍ । ଗତକାଲି ଶିବନ କହିଥିଲେ ଯେ ୧୪ ଦିନ ପର୍ଯ୍ୟନ୍ତ ବିକ୍ରମ ସହିତ ଯୋଗାଯୋଗ ସ୍ଥାପନ ଲାଗି ପ୍ରୟାସ କରାଯିବ । ଚନ୍ଦ୍ରଯାନ ମିସନ ସହ ଜଡ଼ିତ ଜଣେ ବୈଜ୍ଞନିକଙ୍କ କହିବାନୁଯାୟୀ ଅବଶ୍ୟ ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ସୁଯୋଗ ରହିଛି । କିନ୍ତୁ ସମୟ ବର୍ତ୍ତମାନ ସରିସରି ଯାଉଛି । ହାତରେ ସମୟ ବହୁତ କମ । କିନ୍ତୁ ଯଦି ବିକ୍ରମର ସ୍ଥିତି ଭଲ ଥିବ ତେବେ ସେଥିରେ ଥିବା ସୌର ପ୍ୟାନେଲ ସହାୟତାରେ ସୂର୍ଯ୍ୟଠାରୁ ଶକ୍ତି ଆହରଣ କରି ବ୍ୟାଟେରି ଚାର୍ଜ ହେବା ସହିତ ତାହା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃÂରେ ତିÂି ରହିପାରିବ । ସେହିଭଳି ମିସନ ସହ ଜଡ଼ିତ ଅନ୍ୟ ଜଣେ ବୈଜ୍ଞାନିକଙ୍କ କହିବାନୁଯାୟୀ ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଥିବାରୁ ସେଥିରେ କିଛି ତ୍ରୁଟି ନିଶ୍ଚିତ ଭାବେ ଘଟିଥିବ । ତେଣୁ ଏଭଳି ସ୍ଥିତିରେ ତା ସହିତ ଆଉ ସମ୍ପର୍କ ସ୍ଥାପନ କରିବା କଷ୍ଟକର ।
ଗତ ସୋମବାର ଅର୍ବିଟରରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହୋଇ ଚନ୍ଦ୍ରର ଦକ୍ଷିଣମେରୁ ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ଅର୍ବିଟର ସେହି ସ୍ଥାନରେ ରହି ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛି । ଚନ୍ଦ୍ରଠାରୁ ଏହା ସର୍ବାଧିକ ୧୨୭ ଓ ସର୍ବନିମ୍ନ ୧୧୯ କି.ମି. ଦୂରତାରେ ପରିଭ୍ରମଣ କରୁଛି । ପ୍ରାୟ ୨,୩୭୯ କିଲୋଗ୍ରାମ ଓଜନ ବିଶିଷ୍ଟ ଅର୍ବିଟରରେ ୮ ପେଲୋଡ ରହିଛି । ସେଥିରେ ସବୁଠାରୁ ଅତ୍ୟାଧୁନିକ କ୍ୟାମେରା (୦.୩ମି) ଲଗାଯାଇଛି । ବିଭିନ୍ନ ଦେଶ ପକ୍ଷରୁ ଯେତେ ସବୁ ଚନ୍ଦ୍ର ଅଭିଯାନ କରାଯାଇଛି ସେସବୁ ଅଭିଯାନଠାରୁ ଅର୍ବିଟରରେ ଲଗାଯାଇଥିବା କ୍ୟାମେରା ଯଥେଷ୍ଟ ଉନ୍ନତ । ଏଥିରେ ହାଇ-ରିଜୋଲୁ୍ୟସନ ଫଟୋ ଉଠାଯାଇପାରିବ । ଯାହା ସମଗ୍ର ବିଶ୍ୱରେ ବୈଜ୍ଞାନିକ ସମୁଦାୟ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ । ପୂର୍ବରୁ ଅର୍ବିଟର ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ତାକୁ ୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଚନ୍ଦ୍ରରେ ଜଳ, ବିକଳ୍ପ ଶକ୍ତି ଉତ୍ସ, ହିଲିୟମ ଓ ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି କି ନାହିଁ ସେ ସମ୍ପର୍କରେ ଅନୁସନ୍ଧାନ କରିବା ଲାଗି ଚନ୍ଦ୍ରୟାନ-୨ ଅଭିଯାନ ଆରମ୍ଭ କରାଯାଇଥିଲା । ସବୁଠାରୁ ବଡ଼କଥା ହେଉଛି ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଏହାକୁ ଲ୍ୟାଣ୍ଡିଂ କରିବାକୁ ଇସ୍ରୋ ବୈଜ୍ଞାନିକମାନେ ଲକ୍ଷ୍ୟ ରଖିଥିଲେ । ଯେଉଁ ଅଞ୍ଚଳକୁ ବିଶ୍ୱର କୌଣସି ଦେଶ ପହଞ୍ଚô ପାରିନାହାନ୍ତି । ସେଥିପାଇଁ ଚନ୍ଦ୍ରଯାନ-୨’ ଗତ ଜୁଲାଇ ୨୨ରେ ସଫଳତାର ସହ ମହାକାଶକୁ ପଠାଯାଇଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣ ଯାନ ଜିଏସ୍ଏଲ୍ଭି ମାର୍କ-୩ ଏମ୍୧ (ବାହୁବଳୀ) ରକେଟ ଚନ୍ଦ୍ରୟାନ-୨କୁ ଧରି ମହାକାଶ ଯାତ୍ରା କରିଥିଲା । ପୃଥିବୀର କକ୍ଷପଥରେ ଏହା ଦୀର୍ଘ ୨୩ ଦିନ ଧରି ଘୁରିବୁଲିବା ପରେ ଅଗଷ୍ଟ ୧୪ରେ ଚନ୍ଦ୍ରର କକ୍ଷପଥ ଅଭିମୁଖେ ଯାତ୍ରା କରିଥିଲା । ଏହି ସମୟରେ ଚନ୍ଦ୍ରଯାନ-୨ର କକ୍ଷପଥ ୫ ଥର ପରିବର୍ତ୍ତନ କରାଯାଇଥିଲା । ଅଗଷ୍ଟ ୨୦ରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ସେପ୍ଟେମ୍ବର ୨ରେ ଅର୍ବିଟର ଠାରୁ ପୃଥକ ହୋଇ ଲ୍ୟାଣ୍ଡର ବିକ୍ରମ ନିଜ ସାଥୀରେ ରୋଭର ପ୍ରଜ୍ଞାନକୁ ଧରି ଚନ୍ଦ୍ରର ଦକ୍ଷିଣ ମେରୁ ଅଭିମୁଖେ ଯାତ୍ରା କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons