ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଯେଉଁମାନେ ବିଜୁଳି ସଂଯୋଗ ପାଇନାହାନ୍ତି ସେମାନଙ୍କୁ ଏଣିକି ସୁବିଧାରେ ମିଳିବ ସଂଯୋଗ । ଏଥିପାଇଁ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରାଯାଇଛି । ‘ ଓଡ଼ିଶା ବିଜୁଳି ସଂଯୋଗ’ରେ ସେବା ପାଇଁ ଆଗ୍ରହୀ ବ୍ୟକ୍ତି ଅନଲାଇନରେ ପଞ୍ଜୀକରଣ କରି ୪୮ ଘଣ୍ଟାରେ ବିଜୁଳି ସଂଯୋଗ ପାଇପାରିବେ । ସହଜରେ, ସ୍ୱଳ୍ପ ସମୟରେ ସେବା ଯୋଗାଇଦେବାକୁ ଶକ୍ତି ବିଭାଗ ଏ କାର୍ଯ୍ୟକ୍ରମକୁ ୫-ଟିରେ ତ୍ୱରିତ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟର ସବୁ ଅଞ୍ଚଳର ଉପଭୋକ୍ତାମାନେ ଅନଲାଇନରେ ମାସିକ ଦେୟ ମଧ୍ୟ ପ୍ରଦାନ କରିପାରିବେ । ଯେଉଁ ଗ୍ରାହକମାନେ ୨୫ ହଜାର କିମ୍ବା ଅଧିକ ବିଜୁଳି ଦେୟ ବାକି ରଖିଛନ୍ତି ସେମାନଙ୍କୁ ତୁରନ୍ତ ବକେୟା ଜମା କରିବାକୁ ଚିଠି ପଠାଯିବ । ଏହାପରେ ଯଦି ସେମାନେ ବାକି ପଇଠ ନକରନ୍ତି ତେବେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଶକ୍ତିମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ଶକ୍ତି ବିଭାଗରେ ୫-ଟିର ସଫଳ କାର୍ଯ୍ୟକାରିତା ନେଇ ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମଙ୍ଗଳବାର ସମୀକ୍ଷା କରିଛନ୍ତି । ରାଜ୍ୟବାସୀ ଯେଭଳି ଗୁଣାତ୍ମକ ବିଜୁଳି ସେବା ପାଇବେ ଏବଂ ସ୍ୱଳ୍ପ ସମୟରେ ବିଜୁଳି ସଂଯୋଗ ମିଳିପାରିବ ତା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ‘ଓଡ଼ିଶା ବିଜୁଳି ସଂଯୋଗ’ରେ ଆବେଦନ ପରେ ସମସ୍ତ ସୂଚନା ପୋର୍ଟାଲ ଓ ମୋବାଇଲରେ ମିଳିପାରିବ । ଏପରିକି ଏହା ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଉପଲବ୍ଧ ହେବ । ସଂପ୍ରତି ପ୍ରିପେଡ୍ ୱାଲେଟ ପ୍ର୍ରକିୟାକରଣ କାମ ଚାଲିଛି । ବିଜୁଳି ଉପଭୋକ୍ତାଙ୍କ ଘରୁ ୱାଲେଟରେ ବିଜୁଳି ଦେୟ ସଂଗ୍ରହ କରିହେବ । ଏ ସମୟରେ ଅନଲାଇନରେ ଦେୟ ପଇଠ କଲେ ୨% ପ୍ରୋତ୍ସାହନ ପାଇବେ ଉପଭୋକ୍ତା । ବିଜୁଳି ଉପଭୋକ୍ତାମାନେ ନିକଟସ୍ଥ ଡାକଘରକୁ ଯାଇ ନିଜ କାର୍ଡ ଜରିଆରେ ଦେୟ ପଇଠ କରିପାରିବେ ।
ମହିଳା ଏସଏଚିଗୁଡ଼ିକ କିଭଳି ସୁବିଧାରେ ଦେୟ ସଂଗ୍ରହ କରିବେ ସେନେଇ ମଧ୍ୟ ସମୀକ୍ଷା କରାଯାଇଛି । ଫୋନରେ ଗ୍ରାହକଙ୍କ ଅଭିଯୋଗ ୨୪ ଘଣ୍ଟିଆ ଗ୍ରହଣ କରିବା ଏବଂ ଏହାର ସମାଧାନକୁ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏ ସମୀକ୍ଷା ବୈଠକରେ ସଚିବ ବିଷ୍ଣୁପଦ ସେଠୀ ଏବଂ ସେସୁ ସିଇଓ ଅରୁଣ ବୋଥ୍ରା ଓ ବରିÂ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.