ଶକ୍ତି ସଚିବ ଦାୟିତ୍ୱ ନେଲେ ଗର୍ଗ

Get real time updates directly on you device, subscribe now.

ନୂଆଦିଲ୍ଲୀ:ବରିଷ୍ଠ ସରକାରୀ ଅଧିକାରୀ ତଥା ପୂର୍ବତନ ଅର୍ଥ ସଚିବ ସୁବାସ ଚନ୍ଦ୍ର ଗର୍ଗ ନୂଆ ଶକ୍ତି ସଚିବ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବୁଧବାର ତାଙ୍କୁ ଅର୍ଥ ମନ୍ତ୍ରାଳୟରୁ ଶକ୍ତି ମନ୍ତ୍ରାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏହାର ଦିନକ ପରେ ସେ ଭିଆର୍ଏସ୍(ଇଚ୍ଛାମୂଳକ ଅବସର) ପାଇଁ ଆବେଦନ କରିଥିବା ଘୋଷଣା କରିଥିଲେ । ଟୁଇଟ୍ କରି ସେ କହିଥିଲେ ଯେ, ଅର୍ଥନୈତିକ ବ୍ୟାପାର ବିଭାଗର ଦାୟିତ୍ୱ ହସ୍ତାନ୍ତର କଲି । ଅର୍ଥ ମନ୍ତ୍ରାଳୟ ଏବଂ ଅର୍ଥନୈତିକ ବ୍ୟାପାର ବିଭାଗରେ ବହୁତ କିଛି ଶିଖିଲି । ଶୁକ୍ରବାର ଶକ୍ତି ମନ୍ତ୍ରାଳୟରେ ଦାୟିତ୍ୱ ଗ୍ରହଣ କରିବି । ଭିଆର୍ଏସ୍ ପାଇଁ ମଧ୍ୟ ଆବେଦନ କରିଥିବା ସେ ଟୁଇଟ୍ କରିଥିଲେ ।
ଗର୍ଗ ଅର୍ଥନୈତିକ ବ୍ୟାପାର ସଚିବ ଥିଲେ ଏବଂ ଅର୍ଥ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । କିନ୍ତୁ ବୁଧବାର ଅଚାନକ ତାଙ୍କୁ ଶକ୍ତି ମନ୍ତ୍ରାଳୟକୁ ସ୍ଥାନାନ୍ତର କରି ଦୀପମ ସଚିବ ଅତନୁ ଚକ୍ରବର୍ତ୍ତୀଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।
ଅର୍ଥନୈତିକ ବ୍ୟାପାର ସଚିବ ଭାବେ ସେ ବିତ୍ତୀୟ ନୀତି, ଆର୍ବିଆଇ ସଂକ୍ରାନ୍ତ ପ୍ରସଙ୍ଗକୁ ସମୀକ୍ଷା କରୁଥିଲେ । ମୋଦି ୨.୦ ସରକାରଙ୍କ ପ୍ରଥମ ବଜେଟ୍ ପ୍ରସ୍ତୁତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons