ଶବକୁ କାନ୍ଧନେଲେ ମହିଳା, ମୁଖାଗ୍ନି ଦେଲା ଝିଅ

Get real time updates directly on you device, subscribe now.

ବରଗଡ଼,(ବି.ବି.ନୁ୍ୟଜ୍): ସାରା ବିଶ୍ୱ ଆଜି ମହିଳା ଦିବସ ପାଳନରେ ମସଗୁଲ ଥିବା ସମୟରେ ଆଜିର ଦିନରେ ଏକ ଶବକୁ ମହିଳାମାନେ କାନ୍ଧ ଦେବା ଏବଂ ମୃତକଙ୍କ କନ୍ୟାସନ୍ତାନ ମୁଖାଗ୍ନି ଦେବା ଭଳି ଅବିସ୍ମରଣୀୟ ପଦକ୍ଷେପ ବରଗଡ଼କୁ ଚର୍ଚ୍ଚିତ କରିଛି । ଏଥିସହ ଚଳିତ ବର୍ଷ ପାଇଁ ଥିବା ଥିମ୍ “ମହିଳା ପୁରୁଷଙ୍କ ସହ ସମକକ୍ଷ’ ନାରାକୁ ଖାଲି ସମ୍ମାନ ପ୍ରଦର୍ଶନ କରିନାହିଁ, ଭାରତୀୟ ମହିଳା ଯେ ବିଶ୍ୱ ନେତୃତ୍ୱ ନେବାର ଦକ୍ଷତା ରଖେ, ତାକୁ ବେଶ ପ୍ରମାଣିତ କରିଛି । ଏଭଳି ଉଦହାରଣ ଦେଖିବାକୁ ମିଳିଛି ବରଗଡ଼ ପୌରାଞ୍ଚଳ ଅନ୍ତର୍ଗତ ଅମ୍ବାପାଲିରେ ।
ଏକ ସଡ଼କ ଦୁର୍ଘଟଣାରେ ବୁର୍ଲାରେ ଚିକିତ୍ସିତ ଲକ୍ଷ୍ମଣ କୁଅଁର (୪୫)ଙ୍କ ଆଜି ମୃତୁ୍ୟ ଘଟିଥିଲା । ସେ ତାଙ୍କ ପଛରେ ସ୍ତ୍ରୀ ଗଙ୍ଗା ଓ ଚାରି ଝିଅ ମନୀଷା (୧୫), ନିଶା (୧୦), ରାଶି (୬) ଓ ଥାଲାସେମିଆ ରୋଗୀ ପ୍ରିୟା(୪)ଙ୍କ ସମେତ ଜଣେ ସମ୍ପର୍କୀୟ କାକୀଙ୍କୁ ନେଇ ୫ ଜଣ ମହିଳାଙ୍କୁ ଛାଡ଼ି ଚାଲିଯାଇଛନ୍ତି । ପୁରୁଷ ଶୂନ୍ୟ କୁଅଁର ପରିବାର ଗୃହକର୍ତ୍ତାଙ୍କ ଅନ୍ତେ୍ୟଷ୍ଟି ନେଇ ଚିନ୍ତାଶୂନ୍ୟ ହୋଇପଡ଼ିଥିଲେ । ଆଖପାଖ ପରିବାରବର୍ଗ ପହଞ୍ଚି ଶାନ୍ତ୍ୱନା ଦେଇଥିଲେ ହେଁ ଶବ ସକ୍ରାର ନେଇ କେହି ଚିନ୍ତା କରି ନଥିଲେ । ଖବରପାଇ ବରଗଡ଼ ହସ୍ପିଟାଲ ବଞ୍ଚାଓ ସମିତି ମହିଳା ଗୋÂୀ ସଦସ୍ୟ ସେଠାରେ ପହଞ୍ଚି ପରିବାରକୁ ଦମ୍ଭ ଦେଇଥିଲେ । ସମିତିର ପୁରୁଷ ସଦସ୍ୟ କାଠ ଆଦି ସାମଗ୍ରୀ ଯୋଗାଡ଼ କରିଥିବା ସମୟରେ ମହିଳା ସଦସ୍ୟା ସୀମା ସିଂ, ସବିତା ମଲ୍ଲିକ, ଦେବକୀ ସିକା, ଶାନ୍ତି ମେହେର, ମେରୀୟମ ବାର୍ଲା, ରାଧାରାଣୀ ପ୍ରମୁଖ ଶବକୁ କାନ୍ଧ ଦେଇ ଏକ କିଲୋମିଟର ଦୂର ଜୀରାନଦୀ କୂଳସ୍ଥ ଶ୍ମଶାନକୁ ବୋହି ଆଣିଥିଲେ । ମୃତ ଲକ୍ଷ୍ମଣଙ୍କ ବଡ଼ଝିଅ ମନୀଷା ପିତାଙ୍କୁ ମୁଖାଗ୍ନି ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ହିନ୍ଦୁଧର୍ମ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ମୃତୁ୍ୟ ପରେ କରାଯାଉଥିବା ଶବସକ୍ରାର ଓ ଅଗ୍ନିସଂସ୍କାରକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ସଂସ୍କାର ବୋଲି ଧରାଯାଉଥିବା ସମୟରେ ଏହାର ସମ୍ପାଦନରେ ପୁରୁଷଙ୍କୁ ଏକଚାଟିଆ ଅଧିକାର ପ୍ରଦାନ କରାଯାଇଛି । ଯାହାକୁ କି ବିଶ୍ୱ ମହିଳା ଦିବସରେ କିଛି ମହିଳାମାନେ ଭାଙ୍ଗି ପୁରୁଷଙ୍କ ସହିତ ସମକକ୍ଷ ହେବାର ପ୍ରାରମ୍ଭିକ ପାହାଚ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଏଥିରେ ହସପିଟାଲ ବଞ୍ଚାଓ ସମିତିର ପୁରୁଷ ସଦସ୍ୟ ରମେଶ ମହାପାତ୍ର, ଅସିତ ପ୍ରଧାନ, ପ୍ରଦୀପ ଧାନୁକା, ଅଲିମ ରିଜୱି ଓ ଏମ୍ଡ଼ି. ନିଜାମ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିବାର ଗରିବ ହୋଇଥିବା ଏବଂ ଗୃହକର୍ତ୍ତାଙ୍କ ମୃତୁ୍ୟ ପରେ ପୁରୁଷ ଶୂନ୍ୟ ହୋଇପଡ଼ିଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons