ଉମରକୋଟ,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ଭୟରେ ହୃଦଘାତରେ ମୃତ ବ୍ୟକ୍ତିଙ୍କ ଶବ ନିକଟକୁ କେହି ଆସିଲେନି । ପରିବାର ଓ ସମ୍ପର୍କୀୟଙ୍କ ସହଯୋଗରେ ଶେଷକୃତ୍ୟ ସମ୍ପନ୍ନ ହେଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡକୁମାରୀ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପିପିଇ କିଟ୍ ପିନ୍ଧି ପରିବାର ଲୋକେ ଶେଷକୃତ୍ୟରେ ସାମିଲ ହୋଇଥିଲେ ।
ସୂଚନା ଅନୁସାରେ, ଗତ ସୋମବାର ରାତିରେ ଗାଁର କୃଷ୍ଣ ରାୟଙ୍କର ହୃଦଘାତ ହୋଇଥିଲା । ପରିବାର ଲୋକେ ମେଡିକାଲ ନେବା ସମୟରେ ତାଙ୍କର ମୃତୁ୍ୟ ହୋଇଥିଲା । ମଙ୍ଗଳବାର ସକାଳୁ ତାଙ୍କ ଶେଷକୃତ୍ୟ ଆୟୋଜନ ହୋଇଥିଲେ ହେଁ କରୋନା ଭୟରେ କେହି ଆସି ନଥିଲେ । ଶେଷରେ ପରିବାର ଲୋକେ ସମ୍ପର୍କୀୟଙ୍କୁ ଫୋନ୍ କରି ଡକାଇଥିଲେ । ମୃତକଙ୍କ ନିଜ ଗାଡିରେ ତାଙ୍କୁ ଶ୍ମାଶାନ ନିଆଯାଇଥିଲା । ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ପରିବାର ଲୋକେ ସୋସିଆଲ ମିଡିଆରେ ପ୍ରସାରଣ କରିଛନ୍ତି ।
Comments are closed, but trackbacks and pingbacks are open.