ଜୟପୁର: ସ୍ଥାନୀୟ ମଣିକର୍ଣ୍ଣିକା ସ୍ୱର୍ଗଦ୍ୱାରଟ୍ରଷ୍ଟକୁ ମୃତଶରୀର ସଂରକ୍ଷଣ ଫ୍ରିଜର ଦାନ କରିଛନ୍ତି ଭି.ହରିପ୍ରସାଦ ଓ ଭି.ରମେଶ କୁମାର । ବାପାମାଆ ଭି.କ୍ରିଷ୍ଣାରାଓ ଓ ଭି.ସାବିତ୍ରୀଙ୍କ ସ୍ମରଣରେ ଏହି ଟ୍ରଷ୍ଟକୁ ଫ୍ରିଜର ଦାନ କରିଥିବା ସେମାନେ କହିଛନ୍ତି । ଏହି ଅବସରରେ ଟ୍ରଷ୍ଟ ସଭାପତି ଶଶି ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରତାପ ପଟ୍ଟନାୟକ, ସଦସ୍ୟ କିଶୋର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ହରିପ୍ରସାଦଙ୍କ ପରିବାରକୁ ସାଧୁବାଦ ଜଣାଇଛନ୍ତି ସଭାପତି ଶ୍ରୀ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଭିନ୍ନ କାରଣରୁ ବେଳେବେଳେ ଶବ ଦାହ କରିବାରେ ବିଳମ୍ବ ହେଉଥିଲା । ଖୋଲାରେ ଅଧିକ ସମୟ ଶବ ରହିଲେ, ପଚିଯିବା ଆଶଙ୍କା ଅଧିକ ରହିଥାଏ । ଯାହାକୁ ନେଇ ସମସ୍ୟା ଦେଖାଦେଉଥିଲା । ମୃତଶରୀର ରଖିବାକୁ ଏହି ଫ୍ରିଜର ସମସ୍ତଙ୍କ କାମରେ ଆସିବ । ଶବକୁ ସଂରକ୍ଷଣ ରଖିବାକୁ କେହି ଚାହୁଁଥିଲେ, ସେମାନେ ଟ୍ରଷ୍ଟ ସହ ସମ୍ପର୍କ କରି ଘରକୁ ଏହି ଫ୍ରିଜର ନେଇପାରିବେ । ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତି ମୃତଶରୀର ସଂରକ୍ଷଣ ରଖିବାକୁ ଏଭଳି ଏକ ଫ୍ରିଜର ଦାନ କରିଥିଲେ । ଟ୍ରଷ୍ଟ ନିକଟରେ ଏବେ ଦୁଇଟି ଫ୍ରିଜର ରହିଛି । ଶ୍ରୀ ପଟ୍ଟନାୟକ ପୁଣି କହିଛନ୍ତି, ମଣିକର୍ଣ୍ଣିକା ସ୍ୱର୍ଗଦ୍ୱାର ଟ୍ରଷ୍ଟ ୨୦୧୧ରେ ଗଠନ ହୋଇଥିଲା । ଟ୍ରଷ୍ଟ ପକ୍ଷରୁ ଚମ୍ପାକୁପୁଲି ଶ୍ମଶାନର ଉନ୍ନତି କରାଯାଇଛି । ଶବଦାହ କରିବାକୁ ଆସୁଥିବା ସମ୍ପର୍କୀୟ ଓ ବ୍ୟକ୍ତିଙ୍କ ପାଇଁ ସୁବିଧା କରାଯାଇଛି । ଶବଦାହ କରିବାକୁ କାଠର ବ୍ୟବସ୍ଥା ସହ ଗାଧୋଇବା ଓ ବିଶ୍ରାମ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଆଜିସୁଦ୍ଧା ଏହି ସ୍ୱର୍ଗଦ୍ୱାରରେ ୪ହଜାର ୪୪୫ ଶବ ସକ୍ରାର କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ରିପୋର୍ଟ : ବାସୁଦେବ ଜେନା
Comments are closed, but trackbacks and pingbacks are open.