ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କଲେ କାଶ୍ମୀରୀ ଛାତ୍ର

Get real time updates directly on you device, subscribe now.

କାଶ୍ମୀର: ଦେଶରେ କରୋନା ଭାଇରସର ସଂକ୍ରମଣ ଥମିବାର ନାଁ ନେଉନାହିଁ । ଲକ୍ଡାଉନ୍ ହେବା ସତ୍ତେ୍ୱ ନୂଆ କରୋନା ପଜିଟିଭ୍ ରୋଗୀ ବାହାରିବାର ଧାରା ଜାରି ରହିଛି । କରୋନା ସଂକ୍ରମିତ ରୋଗୀଙ୍କ ଚିକିା ପାଇଁ ଭେଣ୍ଟିଲେଟରର ଖୁବ୍ ଆବଶ୍ୟକତା ରହିଛି । ଭାରତରେ ଭେଣ୍ଟିଲେଟରର ସଂଖ୍ୟା କମ୍ ଥିବାବେଳେ ତାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀରର ୪ ଜଣ ଇଞ୍ଜିନିୟରିଂ ଛାତ୍ର ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି । ଏହାର ନାମ ରଖାଯାଇଛି ‘ରୁହଦାର’ । ଏହାକୁ ପ୍ରସ୍ତୁତ କରିଥିବା ଛାତ୍ରମାନଙ୍କ ଅନୁସାରେ ଭେଣ୍ଟିଲେଟରର ଦାମ୍ ପ୍ରାୟ ୧୦,୦୦୦ ଟଙ୍କା ରହିଛି । ତେବେ ଯେତେବେଳେ ଅଧିକ ପରିମାଣରେ ଏହାକୁ ପ୍ରସ୍ତୁତ କରାଯିବ ତା’ର ଦାମ୍ କମିଯିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଡାକ୍ତରମାନେ ତାକୁ ପରୀକ୍ଷା କରୁଛନ୍ତି । ପରୀକ୍ଷା ପରେ ତାହା ବଜାରକୁ ଆସିବ ।
ଆଇଆଇଟି ବମ୍ୱେର ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ଜୁଲକାରନୈନ୍ ନିଜର ବନ୍ଧୁ ପିଏସ ସୋଏବ, ଆସିଫ ଶାହ ଏବଂ ସକର ନେହବିଙ୍କ ସହ ମିଶି ଏହି ଭେଣ୍ଟିଲେଟର ଆରମ୍ଭ କରିଥିଲେ । ପରେ ସେମାନେ ଜମ୍ମୁ-କାଶ୍ମୀରର ଅବନ୍ତୀପୋରାରେ ଥିବା ଇସଲାମିକ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଆଇୟୁଏସଟି)ରେ ତାକୁ ନିର୍ମାଣ କରିଥିଲେ । ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ଅନୁସାରେ ଏହି ଛାତ୍ରମାନେ ଭେଣ୍ଟିଲେଟରର ଡିଜାଇନ୍ ପ୍ରସ୍ତୁତ କରିବା ପାଇଁ ଆଇୟୁଏସଟି ଏବଂ ପୁଲୱାମାସ୍ଥିତ ଡିଜାଇନ୍ ଇନୋଭେସନ୍ ସେଣ୍ଟରର ସହାୟତା ନେଇଛନ୍ତି । ଏବେ ସେମାନେ ଭେଣ୍ଟିଲେଟରକୁ ଶସ୍ତାରେ ପ୍ରସ୍ତୁତ କରିବା ଲାଗି ଏକ ଔଦ୍ୟୋଗିକ ଭାଗୀଦାରିର ସନ୍ଧାନ କରୁଛନ୍ତି । ସେହିପରି ଭେଣ୍ଟିଲେଟର ଉପରେ କୌଣସି ରୟାଲିଟି ନିଆଯିବ ନାହିଁ ବୋଲି ଏହି ଛାତ୍ରମାନେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons