ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି । ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରି ସେ କହିଛନ୍ତି ଯେ ଶାନ୍ତି ଏବଂ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବା ହେଉଛି ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ତେଣୁ ମୁଁ ଦିଲ୍ଲୀର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ସବୁ ସମୟରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରୁଛି । ପରିସ୍ଥିତି ଯେପରି ଶୀଘ୍ର ସ୍ୱାଭାବିକ ହୋଇପାରିବ, ତା’ ଉପରେ ସମସ୍ତେ ଗୁରତ୍ୱ ଦେବାକୁ ସେ କହିଛନ୍ତି । ମୋଦି ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ସେ ଦିଲ୍ଲୀର କେତେକ ଭାଗରେ ହୋଇଥିବା ହିଂସାକାଣ୍ଡ ଉପରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି । ବିଭିନ୍ନ ସରକାରୀ ଏଜେନ୍ସି ସେଠାରେ ଶାନ୍ତି ପ୍ରତିÂା କରିବାକୁ ଉଦ୍ୟମ କରୁଛନ୍ତି । ପିଏମଓ ତରଫରୁ ମଧ୍ୟ ସୂଚନା ଦିଆଯାଇଛି କି ଦିଲ୍ଲୀରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ମୋଦି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଦାୟିତ୍ୱ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons