ଶାଶୁ-ବୋହୂ ଝଗଡା ବେଳେ ତୀର ମାରିଲା ଶ୍ବଶୁର

Get real time updates directly on you device, subscribe now.

କରଞ୍ଜିଆ : ଶ୍ବଶୁରଙ୍କ ତୂର ମାଡରେ ବୋହୂ ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଶିମିଳିପାଳ ପାଦଦେଶରେ ଥିବା ତୁଳସିବଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସମସ୍ତେ ରଜ ପର୍ବ ଉପଲକ୍ଷେ ମସଗୁଲ ଥିବାବେଳେ ଶ୍ବଶୁରଙ୍କ ତୀର ମାଡରେ ବୋହୂ ଗୁରୁତର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ସମୟରେ ଶାଶୁଙ୍କ ସହିତ ବୋହୂଙ୍କର ଝଗଡା ହୋଇଥିଲା । ଏଥିରେ ରାଗି ଯାଇ ଶ୍ବଶୁର ନାଉରୁ ହୋ ବୋହୁ ବୁରସୁ ହୋଙ୍କୁ ତୀର ମାଡ କରିଥିଲେ । ଫଳରେ ବୁରସୁ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଯଶୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଅସ୍ତ୍ରୋପଚାର କରି ତୀରଟିକୁ ବାହାର କରିଦେଇଥିଲେ । ପରେ ସ୍ଵାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଚିକିତ୍ସା ନିମନ୍ତେ ଗୁରୁତରକୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons