ଶାହଙ୍କ ଅଭୟ ଆଶ୍ୱାସନା ପରେ ଡାକ୍ତରଙ୍କ ପ୍ରତୀକାତ୍ମକ ଆନ୍ଦୋଳନ ପ୍ରତ୍ୟାହୃତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଲଢ଼େଇ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ହେଉଥିବା ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଡାକ୍ତରଙ୍କୁ ସୁରକ୍ଷା ଓ ସମ୍ମାନ ଦେବାରେ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ। ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏଭଳି ଅଭୟ ଆଶ୍ୱାସନା ଦେବା ପରେ ଇଣ୍ଡିଆନ ମେଡିକାଲ ଆସୋସିଏନ(ଆଇଏମଏ) ଜାରି ରଖିଥିବା ପ୍ରତୀକାତ୍ମକ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛି।
ଦେଶର କୋଭିଡ ଯୋଦ୍ଧା ଭାବେ ଡାକ୍ତରମାନେ ସାମ୍ନାରେ ରହି କରୋନା ବିରୋଧରେ ଲଢ଼େଇ କରୁଛନ୍ତି। ହେଲେ ଅନେକ ସମୟରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ ଆକ୍ରମଣର ଶିକାର ହେଉଛନ୍ତି। ଏହାକୁ ବିରୋଧ କରି ଆଇଏମଏ ପକ୍ଷରୁ ଆଜି ପ୍ରତିକାତ୍ମକ ଆନ୍ଦୋଳନ ଆରମ୍ଭ କରାଯାଇଥିଲା।ତେବେ ସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଡାକ୍ତରମାନଙ୍କ ପଛରେ ସର୍ବଦା ସରକାର ରହିଛନ୍ତି ବୋଲି କହିଛନ୍ତି।
ଏଥିସହ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସୁରକ୍ଷା ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେମାନେ ଡାକ୍ତରମାନଙ୍କୁ ଅବଗତ କରାଇଛନ୍ତି। ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ସବୁ ସ୍ତରକୁ ଯାଇପାରିବେ ବୋଲି ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ କହିଛନ୍ତି। ଏହି ସୁରକ୍ଷା ଆଶ୍ୱସନା ପରେ ଡାକ୍ତରମାନେ ସେମାନଙ୍କ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons