ଭୁବନେଶ୍ୱର/ପୁରୀ,(ବି.ବି.ବୁ୍ୟରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ହୋଇଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛି ସାରା ଓଡ଼ିଶା । ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯିବା ସହ ଶାହଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରାଯାଇଛି ।
ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବାବୁ ସିଂଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଗୃହମନ୍ତ୍ରୀ ଶୀଘ୍ର ସୁସ୍ଥ ଲାଭ କରିବା ପାଇଁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଦୀପଦାନ କରାଯାଇଅଛି । ଦୀପଦାନ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମଧ୍ୟ ଭୁବନେଶ୍ୱର ନେତା ଜଗନ୍ନାଥ ପ୍ରଧାନ, ଲିଙ୍ଗରାଜ ମଣ୍ଡଳ ସଂଯୋଜକ ସୁରେନ୍ଦ୍ର ପ୍ରଧାନ, ସ୍ଥାନୀୟ ନେତା ଶିବ ବେହେରା ଓ ସୁଭାସିନୀ ପୃଷ୍ଟିଙ୍କ ସମେତ ଅନ୍ୟ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ ।
ସେହିପରି ପୁରୀରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଓ ବରିÂ ନେତା ପ୍ରଭଞ୍ଜନ ମହାପାତ୍ରଙ୍କ ସହ ୫୦ରୁ ଊଦ୍ଧ୍ୱର୍ କର୍ମୀ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରିଥିଲେ । କର୍ମୀମାନେ ଗୃହମନ୍ତ୍ରୀଙ୍କ ଆରୋଗ୍ୟ କାମନା କରିବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।
ସେପଟେ ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ନିଜ ସମର୍ଥକଙ୍କ ସହ କଣ୍ଟାବାଞ୍ଜିସ୍ଥିତ ଜଗନ୍ନାଥ ମନ୍ଦିରରେ ପୂର୍ଜାଚ୍ଚନା କରି ଭାରତରୁ କରୋନା ଦୂର ସହ ଶ୍ରୀ ଶାହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ରାଜ୍ୟର ଅନ୍ୟତମ ପ୍ରାଚୀନ ଶୈବପୀଠ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ମଧ୍ୟ ଶ୍ରୀ ଶାହଙ୍କ ଆଶୁ ଆରୋଗ୍ୟ କାମନା କରି ଶୁଭେଛୁମାନେ ଦୀପଦାନ କରିଛନ୍ତି । ଶ୍ରୀ ଶାହ ହସ୍ପିଟାଲରେ ଭର୍ତ୍ତି ହେବା ପରେ ରାଜନାଥ ସିଂ, ରବିଶଙ୍କର ପ୍ରସାଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ଶୁଭାକାଂକ୍ଷୀଙ୍କ ଶୁଭକାମନାର ସୁଅ ଛୁଟିବା ପରେ ଓଡ଼ିଶାରେ ତାର ପ୍ରଭାବ ପଡ଼ିଛି । ଶ୍ରୀ ଶାହଙ୍କ ସମର୍ଥକ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
Comments are closed, but trackbacks and pingbacks are open.