ଶିକାର ବେଳେ ଧରାପଡିଲା ଶିକାରୀ

Get real time updates directly on you device, subscribe now.

ଢେଙ୍କାନାଳ: ଶିକାର କରିବାକୁ ଯାଇ ଶିକାରୀ ବନ ବିଭାଗ ଜାଲରେ ପଡିଯାଇଛି । ବନ କର୍ମଚାରୀମାନେ ଗୋଟିଏ ବନ୍ଧୁକ, ୭ଟି ଜୀବନ୍ତ ଗୁଳି ଓ ଗୋଟିଏ ବାଇକ୍ ସହ ଜଣେ ଶିକାରୀକୁ ଗିରଫ କରିଛି । ଗିରଫ ଶିକାରୀ ହେଲେ ଗଁନ୍ଦିଆ ଥାନା ଅନ୍ତର୍ଗତ ଅନ୍ନପୁର ଗ୍ରାମର ପ୍ରମୋଦ ସାହୁ ।
ଏହାସହ ତାଙ୍କଠାରୁ ଟର୍ଚ୍ଚ ଲାଇଟ୍ ଆଦି ଶିକାର ସରଞ୍ଜାମ ମଧ୍ୟ ବନ ବିଭାଗ ଜବତ କରିଥିବା ଜଣାପଡ଼ିଛି । ସେ ଷଡଙ୍ଗୀ ବନାଞ୍ଚଳର ଅନ୍ନପୁର ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ବନ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons