ଶିକୁଳିରେ ବନ୍ଧା ଜୀବନ

Get real time updates directly on you device, subscribe now.

ନବରଙ୍ଗପୁର: ଶିକୁଳିରେ ବନ୍ଧା ପଡ଼ିିଛି ଦଇନୁ ଭତରାଙ୍କ ଜୀବନ । ଦୁଇ ହାତ ଓ ଗୋଡ଼ରେ ଲାଗିଛି ଲୁହାର ଶିକୁଳି । ମୁର୍ମୂର୍ଷୁ ଅବସ୍ଥାରେ ଜୀବନ ବିତାଉଥିବା ଦଇନୁଙ୍କ ବୟସ ମାତ୍ର ୩୦ ବର୍ଷ । ସେ ନନ୍ଦାହାଣ୍ଡି ବ୍ଲକ ପିତାକୁମୁଲି ଗ୍ରାମର ବିଧବା ପଦ୍ମା ଭତରାଙ୍କ ପୁଅ । ପଦ୍ମା କହିଛନ୍ତି, ଜନ୍ମରୁ ଏମିତି ନଥିଲା ତାଙ୍କ ପୁଅ । ୭ ବର୍ଷ ତଳେ ମାନସିକ ରୋଗର ଶିକାର ହୋଇଛି । ପାଗଳ ପରି ଆଚରଣ କରିବା ଆରମ୍ଭ କରିଥିଲା । ଦଇନୁକୁ ଖାଲି ଛାଡ଼ିଲେ କେବେ ଗାଁ ଛାଡ଼ି ପଳାଉଛି ତ ଆଉ କେବେ କାହାକୁ ଆକ୍ରମଣ କରିଦେଉଛି । ସେହି ଭୟରେ ଦଇନୁକୁ ଶିକୁଳିରେ ବାନ୍ଧି ରଖାଯାଉଛି ।
ଭେଣ୍ଡିଆ ପୁଅ ରୋଗିଣା ହୋଇଗଲା । ବିଧବା ମା’ର ଆଶା ବାଡ଼ି ସାଜିଥାନ୍ତା । ଏବେ ବିଧବା ମା’ ହିଁ ସାହାରା ପାଲଟିଛି । ହେଲେ ଗରିବ ବିଧବା ପଦ୍ମା ପୁଅର ଚିକିତ୍ସା ପାଇଁ ସବୁ ଉଦ୍ୟମ କରି ସାରିଛନ୍ତି । ଏଭଳିକି ୪ ଏକର ଜମିରୁ ୨ ଏକର ଜମି ବନ୍ଧା ପକାଇ ପୁଅକୁ ଧରି ଚିକିତ୍ସା ପାଇଁ ଡାକ୍ତରଖାନା ପରେ ଡାକ୍ତରଖାନା ଦୋ÷ଡ଼ିଛନ୍ତି । କିନ୍ତୁ କୌଣସି ସୁଫଳ ମିଳିନାହିଁ । ବିଧବା ମା’ର ଭତ୍ତା ଟଙ୍କାରେ ଦୁଇ ମୁଠା ଖାଇବାକୁ ମିଳୁଥିବା ବେଳେ ଦଇନୁର ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ମିଳିନାହିଁ । ବାରମ୍ବାର ନନ୍ଦାହାଣ୍ଡି ବ୍ଲକରେ ଗୁହାରି କରି ଥକି ପଡ଼ିଛନ୍ତି । ରାଜ୍ୟସରକାର ଗରିବ ପରିବାରକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଘୋଷଣା କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଚିକିତ୍ସା ସହାୟତା ଆଜି ଯାଏଁ ଶିକୁଳିରେ ବନ୍ଧା ଦଇନୁଙ୍କ ନିକଟରେ ଅପହଞ୍ଚ ହୋଇ ରହିଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗରିବ ଦଇନୁଙ୍କୁ ଚିକିତ୍ସା ସହାୟତା ଯୋଗାଇବା ସହ ଆବଶ୍ୟକ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ନନ୍ଦାହାଣ୍ଡି ଗୋÂୀ ଉନ୍ନୟନ ଅଧିକାରୀ ପ୍ରଫୁଲ କଅାଁରଙ୍କୁ ଯୋଗାଯୋଗ କରିବାରୁ ଦିବ୍ୟାଙ୍ଗ ଭତ୍ତା ସହିତ ଚିକିତ୍ସା ସହାୟତା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons