ଶିକ୍ଷକଙ୍କୁ ପାଠ ପଢ଼ାଇଲେ କେନ୍ଦ୍ରମନ୍ତ୍ରୀ

Get real time updates directly on you device, subscribe now.

ନୀଳଗିରି: ନୀଳଗିରିର କିଛି ପ୍ରାଥମିକ ବିଦ୍ୟାଳୟ, ମଧ୍ୟ ଇଂରାଜୀ ବିଦ୍ୟାଳୟ , ହାଇସ୍କୁଲକୁ ବିଶ୍ୱସ୍ତରୀୟ ମଡେଲ ସ୍କୁଲ ଭାବେ ନିର୍ମାଣ କରିବାକୁ ସ୍ୱପ୍ନ ଦେଖିଥିବା ପ୍ରତାପ ସଡ଼ଙ୍ଗୀ ଚେଷ୍ଟା ଜାରି ରଖିଛନ୍ତି। ନୀଳଗିରି ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏକ ବୈଠକ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ସଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ନୀଳଗିରି ଏନଏସି ଅଧିନ କାହାଳିଆ ନୋଡାଲ ସ୍କୁଲ, ଗୋପୀନାଥପୁର ନୋଡାଲ ସ୍କୁଲ, ନୀଳଗିରି ସରସ୍ୱତୀ ଶିଶୁ ମନ୍ଦିର, ନୀଳଗିରି କେସି ହାଇସ୍କୁଲ, ଅମୃତବାଣୀ ଗୁରୁକୂଳ ଓ ବେଦ ଜ୍ୟୋର୍ତି ବିଦ୍ୟାଳୟ, ବିଷ୍ଣୁପ୍ରିୟା ହାଇସ୍କୁଲ ସାରୁପାଳ ଆଦି ସ୍କୁଲର ଶିକ୍ଷକଙ୍କ ଉପସ୍ଥିତରେ ଶିକ୍ଷକଙ୍କୁ ଉତ୍ତମମାନର ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦେଇଥିଲେ।
ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବ୍ୟତୀତ ପରିଚାଳନା କମିଟିର ସଭାପତି, କିଛି ଅଭିଭାବକ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। କଥା ଛଳରେ ସେ ଇଣ୍ଡିଆରୁ ଇଣ୍ଡିଆନ, ଆମେରିକାରୁ ଆମେରିକାନ ହେଲେ ଇଂଲଣ୍ଡର ନାଗରିକ କଣ ହେବ ବୋଲି ଲେଖିବାକୁ ଉପସ୍ଥିତ ପ୍ରଧାନ ଶିକ୍ଷକମାନଙ୍କୁ କହିଥିଲେ। ସେଥିମଧ୍ୟରୁ କିଏ ଇଂଲଣ୍ଡିଆନ ଲେଖିଥିଲେ ତ ଆଉ କିଏ କଥା ଧରାପଡିବା ଭୟରେ ଶବ୍ଦ ଭୁଲ ଲେଖି କଣ ଯେ ଲେଖିଲେ ଜଣାପଡିନଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons