ଶିକ୍ଷା ଅନ୍ୟଙ୍କୁ ଜୀବନ ଦାନ କରେ: ରାଜ୍ୟପାଳ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ଦେଶର ଖାଦ୍ୟ ଭଣ୍ଡାର । ଓଡ଼ିଶାରେ କୃଷି ଉପôାଦନ ବୃଦ୍ଧି କରିବାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପ୍ରମୁଖ ଭୂମିକା ରହିଛି ବୋଲି ୩୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇମ୍ଫାଲ୍ସ୍ଥିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଏସ୍. ଆୟାପ୍ପାନ କହିଛନ୍ତି ।
ଶନିବାର ଓୟୁଏଟି ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ଦେଇ ପ୍ରଫେସର ଆୟାପ୍ପାନ୍ କହିଛନ୍ତି, ଚାଷୀମାନେ କୃଷିକ୍ଷେତ୍ର ସହ ପ୍ରାଣୀସମ୍ପଦ ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଶିକ୍ଷା ସମାପ୍ତି ପରେ ଗ୍ରାମାଞ୍ଚଳକୁ ଯାଇ କୃଷକମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ସେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ସାମ୍ପ୍ରତିକ ସମୟରେ ଉତ୍ପାଦନ ପରେ ଖାଦ୍ୟଶସ୍ୟ ନଷ୍ଟ ହେବା କୃଷି କ୍ଷେତ୍ରରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି । ଯାହାର ମୁକାବିଲା କରିବା ନିମନ୍ତେ ଖାଦ୍ୟଦ୍ରବ୍ୟ ସଂରକ୍ଷଣ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଖାଦ୍ୟକୁ ମୂଲ୍ୟଯୁକ୍ତ କରିବା ଉପରେ ପ୍ରଫେସର ଆୟାପ୍ପାନ ଗୁରୁତ୍ୱ ଦେଇଥିଲେ ।
ଓୟୁଏଟିର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ, ଶିକ୍ଷା ଅନ୍ୟଙ୍କୁ ଜୀବନ ଦାନ ବାବଦରେ ଶିଖାଇଥାଏ । ଛାତ୍ରଛାତ୍ରୀମାନେ ପଢ଼ା ସହ ନିଜ ଭିତରେ ଆଧ୍ୟାତ୍ମିକ ଭାବର ବିକାଶ ପାଇଁ ପରାମର୍ଶ ଦେଇଥିଲେ । ତ୍ୟାଗ ଭାବ ଓ ଅନ୍ୟର ଉପକାର କରିବା ଦ୍ୱାରା ଜୀବନ ସରସ ସୁନ୍ଦର ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପୱନ କୁମାର ଅଗ୍ରୱାଲ ଓୟୁଏଟିର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ରିପୋର୍ଟ ଉପସ୍ଥାପନ କରି କହିଥିଲେ, ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷି ଓ ଆନୁସଙ୍ଗିକ ଦିଗରେ ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି । ଗତ ବର୍ଷ ବିଶ୍ୱବିଦ୍ୟାଳୟ ତରଫରୁ ଶଙ୍କର କିସମ ମକା କଳିଙ୍ଗରାଜ ଏବଂ କପାର ଉନ୍ନତ କିସମ ବିଏସ୍ ୨୭୯ ବିକଶିତ ହେବା ସହିତ ଅନେକ ଜ୍ଞାନକୌଶଳ ଉଦ୍ଭାବନ କରାଯାଇଥିବା ବାବଦରେ ପ୍ରଫେସର ଅଗ୍ରୱାଲ ସୂଚନା ଦେଇଥିଲେ ।
ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଏବଂ ନାଲ୍କୋର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଧଶକ ଇଞ୍ଜିନିୟର ଅଂଶୁମାନ ଦାସଙ୍କୁ ସମ୍ମାନସୂଚକ ଡିଏସ୍ସି ଉପାଧି ପ୍ରଦାନ କରାଯାଇଛି । ୭୪୦ ଜଣଙ୍କୁ ସ୍ନାତକ, ୪୮୨ ଜଣଙ୍କୁ ସ୍ନାତକୋତ୍ତର ଏବଂ ୩୦ ଜଣଙ୍କୁ ପିଏଚ୍ଡି ଡିଗ୍ରୀ ଦିଆଯାଇଛି । ଏହାଛଡ଼ା ୧୧୪ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବା ସହିତ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ଦିଆଯାଇଛି । ଉତ୍ସବରେ ବିଶ୍ୱବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟବୃନ୍ଦ, ଏକାଡେମିକ୍ କାଉନସିଲର ସଭ୍ୟବୃନ୍ଦ, ପୂର୍ବତନ କୁଳପତି, ଅଧ୍ୟକ୍ଷ, ନିଦେ୍ର୍ଧଶକ, ବୈଜ୍ଞାନିକ, ଅଧ୍ୟାପକ, ସଂପ୍ରସାରଣ ବିଶେଷଜ୍ଞ, ଛାତ୍ରଛାତ୍ରୀ, ଅଭିଭାବକ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons