ଧାମନଗର,(ବି.ବି.ନୁ୍ୟଜ୍): ଦଣ୍ଡମୁକ୍ତ ଅଞ୍ଚଳ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେବା ଜଣେ ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀଙ୍କୁ କାନ ଧରି ଆଣ୍ଠେଇବା ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଭଗବାନପୁର ପଞ୍ଚାୟତର ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ଏ ଖବର ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ରାଜ୍ୟ ସରକାର ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରିଛନ୍ତି । ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସାଗରିକା ରାଉତଙ୍କୁ କର୍ତ୍ତୃପକ୍ଷ ନିଲମ୍ବିନ କରିଥିବା ଖବର ମିଳିଛି ।
ସୂଚନା ଅନୁସାରେ, ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟରେ ଗତ ୨୦ ତାରିଖ ମଧ୍ୟାହ୍ନ ଭୋଜନ ବେଳେ ୩ ଜଣ ଛାତ୍ରଛାତ୍ରୀ ଆଣ୍ଠେଇଥିବା ଦେଖିବାକୁ ମିଳିଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସେମାନଙ୍କୁ ସ୍କୁଲ ପରିସରରେ ଏକ ଘଣ୍ଟା ଧରି କାନ ଧରି ଆଣ୍ଠେଇବାକୁ ଦଣ୍ଡ ଦେଇଥିଲେ । ଏ ଦୃଶ୍ୟକୁ ସ୍ଥାନୀୟ ଜଣେ ଯୁବକ ନିଜ ମୋବାଇଲରେ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏପରିକି ଏହି ଭିଡିଓକୁ ମୋ ସରକାର, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଟ୍ୱିଟ କରିଥିଲେ । ଏହାପରେ ଘଟଣାର ପ୍ରାଥମିକ ତଦନ୍ତ ହୋଇଥିଲା । ଜିଲାପାଳଙ୍କ ନିଦେ୍ର୍ଧଶକ୍ରମେ ବ୍ଲକ ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଚିଠି ନଂ-୨୯୪୯ରେ ସଂପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସାଗରିକାଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ଅନ୍ୟ ଏକ ବିଦ୍ୟାଳୟ ପରିସରରେ ଜଣେ ଯୁବକ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ପରିତ୍ୟକ୍ତ ଶୌଚାଳୟରେ ବଳାକ୍ରାର କରିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ପରେ ବିଇଓଙ୍କ ଚିଠି ନଂ-୨୬୬୯ ଯୋଗେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଭାସିନୀ ମଲ୍ଲିିକଙ୍କୁ ନିଲମ୍ବନ କରିଛନ୍ତି ।


Comments are closed, but trackbacks and pingbacks are open.