ଶିଖରପୁରରେ ମାଲବାହୀ ଟ୍ରେନ୍ ଲାଇନଚୁ୍ୟତ

Get real time updates directly on you device, subscribe now.

କଟକ: କଟକରେ ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ । ଶିଖରପୁର ଲେବଲ୍‌ କ୍ରସିଂ ନିକଟରେ ମାଲବାହୀନ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ବଡ଼ଧରଣର କୌଣସି କ୍ଷୟକ୍ଷତି ହୋଇନଥିବା ମଧ୍ୟ ସୂଚନା ହସ୍ତଗତ ହୋଇଛି ।
ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ରୋଡ଼୍‌ ଅଭିମୁଖେ ଯାଉଥିବା ଟ୍ରେନ୍‌ ହଠାତ୍‌ ଶିଖରପୁର ଲେବଲ୍‌ କ୍ରସିଂ ନିକଟରେ ଲାଇଚ୍ୟୁତ ହୋଇଯାଇଛି । ଯାହାଫଳରେ କି ଟ୍ରେନ୍‌ର ଗୋଟିଏ ବଗି ମଧ୍ୟ ଖସିଯାଇଛି ।
ତେବେ ଦୁର୍ଘଟଣାରେ ଖବର ପାଇ ଆରପିଏଫ୍‌ ଓ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଏହି ରୁଟ୍‌ରେ ଅନ୍ୟ ଯାତ୍ରୀବାଗୀ ଟ୍ରେନ୍‌ ଯିବା ଆସିବାରେ କୌଣସି ଅସୁବିଧା ନଥିବା ସୂଚନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons