ଭୋପାଳ: ୧୦ ରାଜ୍ୟର ୫୪ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି । ଏହି ଆସନଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶର ସର୍ବାଧିକ ୨୮ ରହିଛି । ତେବେ ଏକ୍ଜିଟ୍ ପୋଲ୍ ବା ବୁଥବାହୁଡ଼ା ସର୍ଭେ ମୁତାବକ ରାଜ୍ୟର ଶିବରାଜ ସିଂ ଚୌହାନ ସରକାର ସୁରକ୍ଷିତ ରହିବ ।
କ୍ଷମତା ବଜାୟ ରଖିବା ପାଇଁ ବିଜେପିକୁ ଆଉ ମାତ୍ର ୮ ଆସନ ଦରକାର ପଡୁଛି । କିନ୍ତୁ ଏକ୍ଜିଟ୍ ପୋଲ୍ ଦର୍ଶାଇଛି ଯେ ଉପନିର୍ବାଚନ ହୋଇଥିବା ୨୮ ଆସନରୁ ବିଜେପି ଏକାକୀ ୧୬ରୁ ୧୮ ହାସଲ କରିବ । ଫଳରେ ରାଜ୍ୟରେ ଶିବରାଜ ସରକାର ବଳବତ୍ତର ରହିବ । କଂଗ୍ରେସ ୧୦ରୁ ୧୨ଟି ଆସନ ପାଇବ । ଇଣ୍ଡିଆ ଟୁଡେ-ଏକ୍ସିସ ମାଇଁ ଇଣ୍ଡିଆ ରିପୋର୍ଟରୁ ଏହା ଜଣାପଡ଼ିଛି । ସର୍ଭେ ଦର୍ଶାଇଛି ଯେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ପାଇଁ ୪୬ଧ ଲୋକ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପସନ୍ଦ କରୁଥିବା ବେଳେ ୪୩ଧ କଂଗ୍ରେସ ନେତା କମଳନାଥଙ୍କୁ ପସନ୍ଦ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର ମୋଟ ବିଧାନସଭା ଆସନ ସଂଖ୍ୟା ୨୩୦ ଥିବା ବେଳେ ୨୯ ଖାଲି ରହିଛି । କଂଗ୍ରେସର ୨୫ ବିଧାୟକ ଇସ୍ତଫା ଦେବା ଏବଂ ୩ ବିଧାୟକଙ୍କ ପରଲୋକ ପରେ ଏହା ଖାଲି ପଡ଼ିଥିଲା । ସମସ୍ତ ୨୮ ଆସନରେ ଏବେ ମତଦାନ ଶେଷ ହୋଇଛି । ଏହାଦ୍ୱାରା ମୋଟ ୨୨୯ ଆସନ ହିସାବରେ ବହୁମତ ପାଇଁ ୧୧୫ ଆସନ ଦରକାର ପଡ଼ିବ । ବିଜେପି ନିକଟରେ ଏବେ ୧୦୭ ରହିଥିବାରୁ ଆଉ ମାତ୍ର ୮ଟି ଆସନ ଆବଶ୍ୟକ । ସେପଟେ କଂଗ୍ରେସ ନିକଟରେ ଏବେ ୮୭ ବିଧାୟକ ରହିଥିବା ବେଳେ ୪ ନିର୍ଦଳୀୟ, ୨ ବସପା ଏବଂ ଜଣେ ସପାର ରହିଛନ୍ତି ।
ସେପଟେ ଗୁଜରାଟର ୮ ଏବଂ ଉତ୍ତରପ୍ରଦେଶର ୭ ଆସନରେ ମଧ୍ୟ ଉପନିର୍ବାଚନ ଅନୁÂିତ ହୋଇଛି । ସେହିଭଳି କର୍ଣ୍ଣାଟକ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ନାଗାଲାଣ୍ଡର ୨ ଲେଖାଏଁ ଆସନରେ ଉପନିର୍ବାଚନ ହୋଇଥିବା ବେଳେ ହରିଆଣା, ଛତିଶଗଡ଼ ଓ ତେଲଙ୍ଗାନାରେ ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହୋଇଛି । ନଭେମ୍ବର ୧୦ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।
Comments are closed, but trackbacks and pingbacks are open.