ଶିଶୁଯତ୍ନ ଅନୁଷ୍ଟାନର ୨୪ ବାଳିକା ଆକ୍ରାନ୍ତ

Get real time updates directly on you device, subscribe now.

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଉପକାରାଗାରରେ ୭୦ଜଣ ଅନ୍ତେଃବାସୀ ଏବଂ ୩ କର୍ମଚାରୀ କରୋନା ସଂକ୍ରମିତ ହେବାର ୩ଦିନ ପରେ ଆଜି ପଦ୍ମପୁର ବ୍ଲକ ଜବରଗୁଡା ଶିଶୁଯତ୍ନ ଅନୁଷ୍ଟାନର ସ୍ଥିତି ସଂଗୀନ ରହିଛି । ଅନୁଷ୍ଟାନର ୨୪ ବାଳିକା ଏବଂ ୩ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଅନୁଷ୍ଟାନକୁ ସାନିଟାଇଜ କରାଯାଇଛି । ଆକ୍ରାନ୍ତମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି ।
ଅନୁÂାନରେ ଏତେସଂଖ୍ୟକ ବାଳିକା ଏବଂ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଖବର ପାଇ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ପଦ୍ମପୁର ବିଡିଓ ଦୟାମୟ ପାଢି ପ୍ରମୁଖ ସେଠାରେ ପହଞ୍ଚିଥିଲେ । ସ୍ଥିତି ଅନୁଧ୍ୟାନ କରିଥିଲେ । ଏକ ଡାକ୍ତରୀ ଦଳ ଆଜି ଦୁଇଥର ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି । ପଦ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅନୁଷ୍ଟାନ ପରିସରକୁ ବିଶୋଧନ କରାଯାଇଛି । ଅନୁଷ୍ଟାନରେ ମୋଟ ୨୫ଜଣ ବାଳିକା ଓ ୫ଜଣ କର୍ମଚାରୀ ରହିଛନ୍ତି । ମୋଟ ୩୦ ଜଣଙ୍କ ମଧ୍ୟରୁ ୨୭ ଜଣ ଆକ୍ରାନ୍ତ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ତେବେ ଅନୁଷ୍ଟାନର ଏତେ ଶିଶୁ ଏବଂ କର୍ମଚାରୀ କିଭଳି କୋଭିଡ୍ ଆକ୍ରାନ୍ତ ହେଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons