କୋରେଇ,(ବି.ବି.ନଚ୍ୟଜ): ପେଟ ପୋଷିବା ପାଇଁ ଶିଶୁପୁତ୍ରକୁ ସାଥୀରେ ଧରି ଜଣେ ମହିଳା ଭିକ୍ଷା ବୃତ୍ତି କରିବାକୁ ଯାଉଥିଲେ । ରାସ୍ତାରେ ମାଡ଼ି ଆସିଲା ବାଲି ବୋଝେଇ ଟ୍ରାକ୍ଟର । କିଛି ବୁଝିବା ଆଗରୁ ମହିଳାଙ୍କୁ ଚାପି ଦେଲା । ପୁଅର ଆଖି ଆଗରେ ମା’ର ଜୀବନ ଚାଲିଗଲା । ଏପରି ଏକ ଅଭାବନୀୟ ଘଟଣା ଆଜି କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡେଇସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତ ମହିଳା ଜଣକ ହେଲେ କନ୍ତୋର ପଞ୍ଚାୟତ ପୂର୍ବକୋଟ ତେଲେଙ୍ଗା ବସ୍ତିର ଆଉଲା ଆଞ୍ଜିଲଙ୍କ ପତ୍ନୀ ଆଉଲା ଗାଉରୀ(୫୫) ବୋଲି ଜଣାପଡ଼ିଛି ।
ଗାଉରୀ ଆଜି ସକାଳୁ ତାଙ୍କର ଶିଶୁପୁତ୍ର ସହ ଆଜି ସକାଳୁ ଭିକ୍ଷା ପାଇଁ ଯାଉଥିଲେ । ପେଟ୍ରୋଲ ପମ୍ପ ନିକଟରେ ଖଜୁରୀନାଲୁଆ ପଟୁ ବାଲି ନେଇଆସୁଥିବା ଏକ ଟ୍ରାକ୍ଟର(ଓଆର୍୦୪ଏମ୍୦୨୨୨) ଗାଉରୀକୁ ଧକ୍କା ଦେଇଥିଲା । ଫଳରେ ଗାଉରୀ ତଳେ ପଡ଼ିଯାଇଥିଲେ । ଏହା ପରେ ଟ୍ରାକ୍ଟର ଡାଲାର ଚକ ଗାଉରୀ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଗାଉରୀର ମୃତୁ୍ୟ ହୋଇଯାଇଥିଲା । ଦୁର୍ଘଟଣା ଘଟାଇବା ପରେ ଚାଳକ ଗାଡ଼ିରୁ ଡେଇଁ ପଳାଇ ଯାଇଥିଲା । ଗାଉରୀର ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକେ ଘଟଣାସ୍ଥଳରେ ପହଞ୍ଚô ଥିଲେ । ଉତ୍ତେଜନା ସଂପର୍କରେ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚô ଲୋକଙ୍କୁ ବୁଝାସୁଝା କରିବା ଶବ ବ୍ୟେବଚ୍ଛେଦ ପାଇଁ ଦାନଗଦୀ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ପୁଲିସ ଜବତ କରି ଥାନାକୁ ନେଇଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.